ଡାକ୍ତରଙ୍କ ପରାମର୍ଶ: ଯଦି ପିଉଛନ୍ତି ଫ୍ରିଜ ପାଣି ତେବେ ଆପଣଙ୍କୁ ବି ହୋଇପାରେ ୩ଟି ବଡ ବେମାରୀ

86

ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ସାଧାରଣତଃ ଥଣ୍ଡା ପାଣିର ସାହାରା ନେଇଥାନ୍ତି । ଯେଉଁଥିପାଇଁ ଫ୍ରିଜର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ଆଜିକା ଦିନରେ ପ୍ରାୟତଃ ପ୍ରତିଟି ଘରେ ଗୋଟିଏ ଲେଖାଏଁ ଫ୍ରିଜ ଥିବା ସୁନିଶ୍ଚିତ । କାରଣ, ସାଧାରଣ ପାଣି ପିଇବା ପରିବର୍ତ୍ତେ ଫ୍ରିଜ ପାଣି ପିଇବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଏପରିକି କିଛି ଲୋକ ତ ଥଣ୍ଡା ଦିନରେ ବି ଫ୍ରିଜ୍ ପାଣି ପିଇବା ଛାଡିନଥାନ୍ତି । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି, ଯାହାକୁ ଆପଣ ସାମାନ୍ୟ ଆଶ୍ୱସ୍ତି ପାଇଁ ପିଉଛନ୍ତି ତାହା ଶରୀର ପାଇଁ କେତେ ଯେ କ୍ଷତିକାରକ ହୋଇପାରେ । କିପରି ଆସନ୍ତୁ ଜାଣିବା. . .

ଅନ୍ତବୁଜୁଳି ସଙ୍କୋଚନୀୟ ଜନିତ ସମସ୍ୟା

ଡାକ୍ତରଙ୍କ ମତ ରହିଛି କି, ଫ୍ରିଜରେ ଥିବା ଥଣ୍ଡା ପାଣି ପିଇବା ଦ୍ୱାରା ମଣିଷର ଅନ୍ତବୁଜୁଳି ସଙ୍କୋଚିତ ହୋଇଯାଇଥାଏ । ଯାହାଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇପାରିନଥାଏ । ଅର୍ଥାତ୍ ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ । ଖାଦ୍ୟ ଭଲଭାବରେ ପାଚନ ନହେବା କାରଣରୁ କୋଷ୍ଠକାଠିନ୍ୟ ଭଳି ସମସ।। ମଧ୍ୟ ଉପୁଜିଥାଏ । ତେବେ ପାଣି ଦ୍ୱାରା ଶରୀରିକ ତନ୍ତ୍ରଗୁଡିକ ସଙ୍କୋଚିତ ହେବା ଏକ ସାଧାରଣ ସମସ୍ୟା ଅଟେ । ହେଲେ କୋଷିକାଗୁଡିକ ବାରମ୍ବାର ଏଭଳି ସଙ୍କୋଚିତ ହେବା ଦ୍ୱାରା ଏହାର ସିଧା ପ୍ରଭାବ ହାର୍ଟ ଉପରେ ହି ପଡିଥାଏ । ଯାହାଦ୍ୱାରା ଆପଣଙ୍କର ମୃତ୍ୟୁ ବି ହୋଇପାରେ ।

ଥଣ୍ଡା ଜ୍ୱର ଜନିତ ସମସ୍ୟା

ଫ୍ରିଜରେ ଥିବା ପାଣିର ତାପମାତ୍ରା ସାମାନ୍ୟଠାରୁ ଅଧିକ ହୋଇଥାଏ । ଯେଉଁ କାରଣରୁ ଥଣ୍ଡା ରୋଗ ତଥା ଅନେକ ସଂକ୍ରମିତ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ଏହାଛଡା କଲିଜା ଏବଂ ପାଚନ ତନ୍ତ୍ର ସହ ଜଡିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

ଗଳା ଖରାପ

ଫ୍ରିଜ ପାଣି ପିଇବା ଦ୍ୱାରା ଗଳା ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ପ୍ରତିଦିନ ଫ୍ରିଜ ପାଣି ପିଇବା ଆପଣଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଏହାଦ୍ୱାରା ଆପଣ ଟନସିଲ୍ସ, କଲିଜା ଏବଂ ପାଚନ ତନ୍ତ୍ରଜନିତ ରୋଗର ଅତି ସହଜରେ ଶିକାର ହୋଇପାରନ୍ତି । ତେଣୁ ଏଥିପାଇଁ ଫ୍ରିଜ ପାଣି ଅପକ୍ଷେ ମାଠିଆ ପାଣି ପିଅନ୍ତୁ । ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ ।