ସିଗାରେଟରୁ ଅଧିକ କ୍ଷତିକାରକ ମହମବତୀ ! ୩ଟି ବଡ ରୋଗର ଶିକାର ହୋଇପାରନ୍ତି ଆପଣ

26

ଅନ୍ଧାରକୁ ଦୂର କରିବା ପାଇଁ ଆପଣ ଯଦି ମହମବତୀ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ମହମବତୀ ଲଗାଇବା ସଉକ ଆପଣଙ୍କୁ ଭାରି ପଡିପାରେ । ଏହାଦ୍ୱାରା ଆପଣ ୩ଟି ବଡ ରୋଗରେ ପଡିପାରନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ କ୍ୟାଣ୍ଡେଲରୁ ବାହାରୁଥିବା ଟକ୍ସିକ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହାନିକାରକ । ଖାସ କରି ବାସ୍ନାଯୁକ୍ତ କ୍ୟାଣ୍ଡେଲ ସିଗାରେଟଠାରୁ ଅଧିକ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏମିତି କେଉଁ ୩ଟି ରୋଗ ଅଛି ଯାହା ମହମବତୀ ଲଗାଇବା ଦ୍ୱାରା ହୋଇଥାଏ ।

ଆଲର୍ଜି ହେବା

କ୍ୟାଣ୍ଡେଲର ପେରାଫିନ ୱେକ୍ସରେ ୨୦ ପ୍ରକାର ବିଶାକ୍ତ ପଦାର୍ଥ ମିଶି କରିଥାଏ । ଯେଉଁଥିରେ ଏସିଟୋନ,ଫିନୋଲ,ଜାଇଲିନ,କ୍ରେସୋଲ,ବ୍ଲୋରୋବେଞ୍ଜିନ ଆଦି କ୍ଷତିକାରକ ଟକ୍ସିକ ସଂପୃକ୍ତ ହୋଇ ରହିଥାଏ । ଏହି ଟକ୍ସିକ ମସ୍ତିଷ୍କ ଏବଂ ଫୁସଫୁସ ସମେତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଯାହାଦ୍ୱାରା କ୍ୟାନ୍ସର ଭଳି ରୋଗ ମଧ୍ୟ ହୋଇଥାଏ ।

ନିଶ୍ୱାସ ନେବାରେ ସମସ୍ୟା ଉପୁଜିବା

କ୍ୟାଣ୍ଡେଲରେ ଥିବା ସିନ୍ଥେଟିକ ସୁଗନ୍ଧ ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ଉପୁଜେ । କ୍ୟାଣ୍ଡେଲରେ ମିଶୁଥିବା ପେରାଫିନ ୱେକ୍ସ ଦ୍ୱାରା ଆସ୍ଥମାରେ ପିଡୀତ ଥିବା ରୋଗୀ ଅସୁବିଧାରେ ପଡିପାରନ୍ତି । କ୍ୟାଣ୍ଡେଲ ଜଳାଇବା ଦ୍ୱାରା ସେଥିରୁ ଆସୁଥିବା ସୁଗନ୍ଧ ନିଶ୍ୱାସ ନେବାରେ ସମସ୍ୟା ଦେଖାଯିବା ସହ ଫୁସଫୁସରେ ଜଳାପୋଡା କରିଥାଏ ।

ମୁଣ୍ଡବ୍ୟଥାର କାରଣ ସାଜେ

ସୁଗନ୍ଧ ଆସୁଥିବା ମହମବତୀ ଦ୍ୱାରା କିଛି ଲୋକଙ୍କ ମୁଣ୍ଡବ୍ୟଥା ସମସ୍ୟା ମଧ୍ୟ ଦେଖାଦିଏ ।

ମହମବତୀ କିଣିବା ପୂର୍ବର ସତର୍କତା

• ମହମବତୀ କିଣିବା ପୂର୍ବରୁ ସବୁବେଳେ ଅରଗାନିକ କିମ୍ବା ଆରୋମାଥେରାପୀ ଯୁକ୍ତ ମହମବତୀ କିଣନ୍ତୁ । ସୁଗନ୍ଧଯୁକ୍ତ ମହମବତୀ କିଣିବା କମ କରନ୍ତୁ ।

• ପେରାଫିନ ମହମବତୀ ପରିବର୍ତ୍ତେ ବିଜ୍ୱେକ୍ସ କିମ୍ବା ଶୋଇବା ଭଳି ମହମବତୀ କିଣନ୍ତୁ ।

• ଯଦି ସୁଗନ୍ଧିତ ମହମବତୀ ବ୍ୟବହାର କରୁଛନ୍ତି ତେବେ ରୋଗରୁ ବଞ୍ଚିବା ପାଇଁ କୋଠରୀର କବାଟ ଏବଂ ଝରକା ଖୋଲା ରଖନ୍ତୁ ।