ବିଭିନ୍ନ ରୋଗରୁ ମୁକ୍ତି ଦିଏ ଟମାଟୋ । ଜାଣନ୍ତୁ ଏହାର ଉପକାରୀତା

117

ଟମାଟୋ ମଧୁର, ରସଭରା ଓ ପାଟିକୁ ସୁଆଦିଆ ହୋଇଥାଏ । ଭାରତରେ ପ୍ରତିଟି ରୋଷେଇ ଶାଳରେ ଏହାକୁ ବ୍ୟବହାର କରାଯାଇଥାଏ । ଖାଲି ସେତିକି ନୁହେଁ ଏହାକୁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ ପରିବା ରୂପେ ଗ୍ରହଣ କରାଯାଇଥାଏ । ଯେତେ ଅଧିକ ଏହାକୁ ସେବନ କରିବେ ସେତେ ଅଧିକ ଏହାଦ୍ୱାରା ଆପଣ ପୋଷଣତା ପାଇପାରିବେ ।

କାରଣ ଏଥିରେ ସାଧାରଣତଃ ପ୍ରାକୃତିକ ଭିଟାମିନ ଓ ମିନେରାଲ ଭରପୁର ମାତ୍ରାରେ ମିଶିକରି ଥାଏ । ବିଶେଷ ରୂପରେ ଭିଟାମିନ-ଏ ଓ କେ, ବି-୧, ବି-୫, ବି-୬, ବି-୭ ଏବଂ ଭିଟାମିନ-ସି ଆଦି ପ୍ରଚୁର ପରିମାଣରେ ରହିଥାଏ । ଏଥିସହ କ୍ୟାଲୋରିଜ୍ ଉପଯୁକ୍ତ ପରିମାଣରେ ରହିଥାଏ ଆଉ ଏହା ଚର୍ବିଯୁକ୍ତ ମଧ୍ୟ ନୁହେଁ । ତେବେ ଟମାଟୋର କେବଳ ଏତିକି ଫାଇଦା ରହି ନଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ସଂପର୍କରେ କିଛି ଟିପ୍ସ ।

• ପୃଥିବୀରେ ବଢୁଥିବା ପ୍ରଦୂଷଣ କାରଣରୁ ଲୋକମାନଙ୍କଠାରେ ବିଭିନ୍ନ ଚର୍ମ ଓ କେଶ ଜନିତ ସମସ୍ୟା ମାନ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ତେଣୁ ଟମାଟୋକୁ ଖାଦ୍ୟରେ ନିୟମିତ ରୂପେ ବ୍ୟବହାର କରିବାଦ୍ୱାରା ଚର୍ମରେ ଲାଗି ରହିଥିବା ଧୂଳି ତଥା ଏଥିରେ ଥିବା ପୋଷଣ ପ୍ରଦୂଷଣ ସହ ଲଢିବାକୁ ସହାୟତା ହୋଇଥାଏ । ଏହାକୁ ସାଲାର୍ଟ ଭାବରେ ସେବନ କରିବା ସହ ଏହାର ଚୋପାକୁ ମୁହଁରେ ଲଗାଇବା ଦ୍ୱାରା ଏହା ଫେସମାକ୍ସ ଭାବରେ କାର୍ୟ୍ୟ କରିଥାଏ । ଯାହା ଫଳରେ ମୁହଁର ଉଜ୍ଜଳତା ବଢିଥାଏ ।

• ଟମୋଟୋରେ ଥିବା ଲିକ୍ଲୋପେନ ନାମକ ପୋଷଣ ଶରୀରରେ ଥିବା କୋଷିକାଗୁଡିକର ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ । ବିଶେଷ କରି ଏହା ପେଟ ଓ କୋଲେଷ୍ଟ୍ରରାଲର କେଶରକୁ ରୋକିଥାଏ । ତେଣୁ ଟମାଟୋକୁ ଆପଣ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କରିବା ଉଚିତ ।

• ଯଦି ଆପଣ ଧୂମ୍ରପାନ କରିବା ଛାଡିଦେଇଛନ୍ତି ତେବେ ଶରୀର ମଧ୍ୟରେ ହେଉଥିବା ଯନ୍ତ୍ରଣାକୁ ଏହା ସମ୍ଭାଳିବାରେ ସହାୟକ ହୋଇଥାଏ । ଟମାଟୋରେ ଥିବା କୌମରିକ ଏସିଡ୍ ଓ କ୍ଲୋରେଜେନିକ ଏସିଡ୍ ସିଗାରେଟର ତଥା ଧୁମପାନ ଜନିତ ବିଭିନ୍ନ ସମସ୍ୟାକୁ ରୋକିଥାଏ ।

• ଟମାଟୋରେ ଥିବା ଭିଟାମିନ-କେ ଓ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହାକୁ ଆପଣ ଯେତେ ଅଧିକ ମାତ୍ରାରେ ଖାଇବା ଉଚିତ । କାରଣ ଏହା ଶରୀରରେ ଥିବା ହାଡଗୁଡିକ ଅଧିକ ଶକ୍ତ ଏବଂ ମଜଭୁତ କରିଥାଏ ।

• ଟମାଟୋରେ ଥିବା ପ୍ରୋଟିନ ଯୋଗୁଁ ଏହା ଶରୀରରେ ଥିବା ଶ୍ୱେତ ଓ ଲୋହିତ ରକ୍ତକଣିକା ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

• ଟମାଟୋ ସାଧାରଣତଃ ଦୁର୍ବଳ ହୃଦୟ ତଥା ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଉପକାରୀ । ଏହାକୁ ନିୟମିତ ଖାଇବା ଦ୍ୱାରା ଏଭଳି ସମସ୍ୟାକୁ ସଂପୂର୍ଣ୍ଣ ରୂପେ ଦୂର କରାଯାଇପାରେ ।

• ଟମାଟୋରେ ଥିବା ମିନେରାଲ୍ସ କ୍ଷମତା ରହିଛି ଯାହାକୁ ସାଧାରଣତଃ କ୍ରୋମିୟମ କହନ୍ତି । ଏହି କ୍ଷମତା ରକ୍ତଚାପ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଅର୍ଥାତ୍ ଏହା ଶରୀରର ସୁଗାର ଲେବୁଲକୁ ନିୟନ୍ତ୍ରିତ କରି ଥାଏ । ଏଣୁ ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି , ଏହାକୁ ପ୍ରଚୁର ପରିମାଣରେ ସେବନ କରବା ଲାଭଦାୟକ ଅଟେ ।

• ଟମାଟୋର ମଧ୍ୟ ଅନ୍ୟ ଏକ ଭଲ ଗୁଣ ରହିଛି ଯାହା ପାଚନ ଶକ୍ତିକୁ କ୍ରିୟାଶୀଳ କରିଥାଏ । ଏଥିସହ ଲିଭରକୁ ମଧ୍ୟ କ୍ରିୟାଶୀଳ କରିଥାଏ । ଟମାଟୋ ଖାଇବା ଦ୍ୱାରା ପେଟରେ ହେଉଥିବା ଗ୍ୟାସକୁ ମଧ୍ୟ ରୋକା ଯାଇଥାଏ । ଯଦି କେବେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଖାଇ ସାରିବା ପରେ କିଛି ଟମାଟୋ ଖାଇବା ଦ୍ୱାରା କୌଣସି ପ୍ରକାର ସମସ୍ୟା ଦେଖାଯାଇ ନଥାଏ ।

• ଶରୀରରେ ଥିବା ପ୍ରତିରକ୍ଷା ଶକ୍ତିକୁ ବଢାଇବାରେ ଟମାଟୋ ଅତ୍ୟନ୍ତ ଲାଭଦାୟକ । ତେବେ ତାଜା ତଥା ସତେଜ ଟମାଟୋ ଜୁସ୍ ନିୟମିତ ପିଇବା ଜରୁରୀ ଅଟେ । ଏଥିରେ ଥିବା ଭିଟାମିନ- ସି ଯାହା ହାନୀକାରକ ହର୍ମୋନ୍ସକୁ ବଢାଇଥାଏ । ଏଥିସହ ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିଥାଏ ।

• ଚର୍ବି ବା ମୋଟାପଣ ଦୂର କରିବାରେ ଟମାଟୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରତିଦିନ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।