ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା ! ଜାଣନ୍ତୁ କେମିତି କରିବେ ପ୍ରୟୋଗ

49

ପିଆଜକୁ ସାଧାରଣତଃ ଆମେ ସାଲାଡ୍ ରେ ବ୍ୟବହାର କରିଥାଉ । ସାଣ୍ଡୱିଚ୍ , ଚାଟ୍ , ମସଲାଯୁକ୍ତ ପନିପରିବା , ପନିର ଆଦିରେ main-qimg-c7e7413c3d9efc6cb9e19f193e65f1df-cପିଆଜର ବ୍ୟବହାର ଏହାର ସ୍ୱାଦକୁ ଆହୁରି ବଢାଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ , ଏହା ଯୌନ ଦୁର୍ବଳତାକୁ ଦୂର କରିବା ପାଇଁ ମଧ୍ୟ ବହୁତ ଉପଯୋଗୀ ଅଟେ । ଆମର ଭୋଜନରେ ଏହା ବେଳେ ବେଳେ ଉଭାନ ହୋଇଯାଇଥାଏ । କାରଣ ବଜାରରେ ଏହାର ଦାମ୍ ବଢିଯାଇଥାଏ । ଆମେ ଚାହିଁଲେ ପିଆଜ ଚୋପାକୁ ବ୍ୟବହାର କରିପାରିବା । ଅନେକ ଫଳ ଓ ପନିପରିବାର ଚୋପା ବହୁତ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ । ପିଆଜ ମଧ୍ୟ ଏଗୁଡିକ ମଧ୍ୟରୁ ଗୋଟିଏ । ଏହାର ଚୋପା ବହୁତ ଦରକାରୀ ଅଟେ ।

ପିଆଜ ଚୋପାର ପ୍ରୟୋଗ ଗ୍ରୀନ ଟି ବା ହର୍ବାଲ ଟିରେ ମିଶାଇ କରାଯାଇପାରେ । ଏହି ଚୋପାର ପ୍ରୟୋଗ କରିବା ପୂର୍ବରୁ କିଛି କଥାକୁ ଧ୍ୟାନ ରଖିବାକୁ ହେବ । ପିଆଜ ଆର୍ଗେନିକ ଅଟେ । ଏହା କେମିକାଲ୍ସ ଓ ପେଷ୍ଟିସାଇଡ୍ସ ଯୁକ୍ତ ନୁହେଁ । ଏହା ମଧ୍ୟ କ୍ଷତିକାରକ ହୋଇପାରେ । ଏଣୁ ଏବେ ଜାଣିବା ଏହାର ଚୋପା ଉପକାରୀ ସାବ୍ୟସ୍ତ ହୋଇଥାଏ ।

1onion୧ – ଅନେକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ପିଆଜ ଚୋପାରେ ଫଳ ତୁଳନାରେ ଅଧିକ ଆଣ୍ଟି ଅକ୍ସିଡେଣ୍ଟସ୍ ଅଟେ । ଯାହା ଶରୀରକୁ ଭିତରୁ ସଫା କରେ ଓ ଇମ୍ୟୁନିଟିକୁ ବଢାଇଥାଏ ।

୨ –ଏଥିରେ କ୍ୱେରସେଟିନ୍ ନାମକ ଫ୍ଲୋବୋନୋଲର ଅଧିକ ମାତ୍ରା ଥାଏ । ଯାହା ବ୍ଲଡ ପ୍ରେସରକୁ ପ୍ରତିରୋଧ କରେ । ଏବଂ ଆର୍ଟିରିଜକୁ ସଫା କରି ହାର୍ଟ ଆଟାକ୍ ର ସମ୍ଭାବନାକୁ କମ୍ କରିଦିଏ ।

୩- ‘ଦ ଜର୍ନଲ ପ୍ଲାଣ୍ଟ ଫୁଡ୍ସ ଫର୍ ହ୍ୟୁମନ ନ୍ୟୁଟ୍ରିଶନ’ ରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁସାରେ ପିଆଜର ଚୋପାରେ ହାଇ ଫାଇବର ଥାଏ । ଏବଂ ଅନେକ କଂପାଉଣ୍ଡସ୍ , ଯଥା- ଫ୍ଲେବୋନୋଇଡ୍ସ , କ୍ୱେରସେଟିନ୍ ଓ ଫିନୋଲିକ୍ , ଯାହା କାର୍ଡିୟୋଭାସ୍କୁଲାର ହେଲଥକୁ ପ୍ରଭାବିତ କରିଥାଏ । ଇମଫ୍ଲେମେସନ ଓ କାନସର୍ ର ଆଶଙ୍କାକୁ କମ୍ କରିଥାଏ ।

face୪- ପିଆଜ ଚୋପା ନିଅନ୍ତୁ , ଯେଉଁଥିରେ କିଛି ରସ ଥିବ । ଏହାକୁ ହଳଦୀ ରେ ମିଶାଇ ଦିଅନ୍ତୁ ଏବଂ ନିଜର ଚେହେରାରେ ଲଗାଇବାଦ୍ୱାରା ମୁହଁରୁ ଦାଗ ହଟିଯାଏ । ଚେହେରା ସଫା ଓ ଉଜ୍ୱଳ ଦେଖାଯାଏ ।
(ସୌଜନ୍ୟ-ଜନସତ୍ତା)