ଆପଣ ଜାଣନ୍ତି ସ୍ମାର୍ଟଫୋନରୁ କାହିଁକି ବ୍ୟାଟେରୀ ଶୀଘ୍ର ସରିଯାଏ ? ୧୦ଟି ଆପ୍ ଏଥିପାଇଁ ଦାୟୀ !

78

ସ୍ମାର୍ଟଫୋନରୁ ଶୀଘ୍ର ବ୍ୟାଟେରୀ ସରିଯିବାର ସମସ୍ତେ ଜାଣନ୍ତି । ହେଲେ କାହିିଁକି ସରିଯାଏ ଜାଣନ୍ତି କି ? ସିକ୍ୟୁରିଟି କଂପାନୀ ଏଭିଜି ଅନୁସାରେ , ୧୦ଟି ଆପ୍ସ ଅଛି ଯାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ବ୍ୟାଟେରୀ ଲାଇଫକୁ କମ୍ କରିଦିଏ । ଯଦି ଆପଣ ଚାହୁଁଛନ୍ତି ବ୍ୟାଟେରୀ କମ୍ ଖର୍ଚ୍ଚ ହେବା ପାଇଁ ତ ଏହି ସବୁ ଆପ୍ସକୁ ମୋବାଇଲରୁ ହଟାଇ ଦିଅନ୍ତୁ ଯାହାକୁ କମ ବ୍ୟବହାର କରୁଛନ୍ତି ବା କେବେ କରୁନାହାଁନ୍ତି ।

୧ – କାଣ୍ଡି କ୍ରଶ୍ ସାଗା – ଏହା ଏକ ଗେମିଂ ଆପ୍ । ଏହା ଖାଲି ବ୍ୟାଟେରୀ ସାରି ନଥାଏ । ଅଧିକ ଷ୍ଟୋରେଜ ବି ନେଇଥାଏ ।

୨ – ପେଟ୍ ରେକ୍ସର ସାଗା – ଏହା ଏକ ଲୋକପ୍ରିୟ ଗେମ୍ ଆପ୍ ଏହା ବ୍ୟାଟେରୀ ,ଷ୍ଟୋରେଜ ଓ ଡାଟା ଅଧିକ ଖର୍ଚ୍ଚ କରିଥାଏ ।

୩ – କ୍ଲାସ୍ ଅଫ୍ କ୍ଲାନ୍ସ – ଏହା ମଧ୍ୟ ଏକ ଗେମିଂ ଆପ୍ । ଏହା ବ୍ୟାଟେରୀକୁ ଶୀଘ୍ର ସାରିଦିଏ ।

୪ – ଗୁଗୁଲ ପ୍ଲେ ସର୍ଭିସ୍ – ଏହା ଦ୍ୱାରା ବ୍ୟାଟେରୀ , ଷ୍ଟୋରେଜ ଓ ଡାଟା କଂଜକ୍ସନ ଅଧିକ ହୁଏ ।

୫ – ଓଏଲଏକ୍ସ – ଏହା ଏକ କ୍ଲାସିଫାଏଡ ଆଫ୍ । ଏହା ମଧ୍ୟ ଖୁବ୍ ବ୍ୟାଟେରୀ ସାରିଦିଏ ।

୬ – ଫେସବୁକ୍ – ଏହା ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ନେଟୱର୍କ ଆପ୍ । ଏହା ସ୍ମାର୍ଟଫୋନର ବ୍ୟାଟେରୀକୁ ଶୀଘ୍ର ସାରିଦିଏ ।

୭ – ହ୍ୱାଟ୍ସଆପ୍ – ବିଶ୍ୱର ଏହା ଏକ ନମ୍ବର ମେସେଜିଂ ଆପ୍ । ଏହା ମଧ୍ୟ ବ୍ୟାଟେରୀ ଶୀଘ୍ର ସାରିଥାଏ ।

୮- ଲୁକଆଉଟ୍ ସିକ୍ୟୁରିଟି ଆଣ୍ଡ ଆଣ୍ଟିଭାଇରସ୍ – ଏହା ଏକ ମୋବାଇଲ ସୁରକ୍ଷା ଆପ୍ । ଏହା ମଧ୍ୟ ଅଧିକ ବ୍ୟାଟେରୀ ଖର୍ଚ୍ଚ କରାଇଥାଏ ।

୯ – ଆଣ୍ଡ୍ରଏଡ୍ ୱେଦର ଆଣ୍ଡ କ୍ଲକ୍ ୱିଜେଟ୍ – ଏହି ଆପ୍ ଦ୍ୱାରା ମୋବାଇଲର ବ୍ୟାଟେରୀ ଅଧିକ ସରିଥାଏ ।

୧୦ – ସଲିଟାରି – ଏହା ଏକ ଗେମିଂ ଆପ୍ ଏଭିଜି କଂପାନୀ ମୁତାବକ ଏହି ଆପ୍ ମଧ୍ୟ ଖୁବ୍ ଶୀଘ୍ର ବ୍ୟାଟେରୀ ସାରିଥାଏ ।
ଏଣୁ ଆପଣ ଯଦି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଏହି ୧୦ଟି ଆପକୁ କମ୍ ବ୍ୟବାହର କରନ୍ତୁ ବା ଯଦି ବ୍ୟବହାର କରୁନାହାଁନ୍ତି । ମୋବାଇଲରୁ ହଟାଇଦିଅନ୍ତି । ଆଉ ବ୍ୟାଟେରୀ ସମସ୍ୟାରେ ପଡିବେ ନାହିଁ ।