ଦାଉସାଧିଲା ଦାରିଦ୍ର‌୍ୟତା । ଜୀବନର ସାୟାନ୍ନରେ ମୁଣ୍ଡ ଗୁଞ୍ଜିବାକୁ ସତ୍ୟଭାମାଙ୍କ ସାହାରା ନାହିଁ, ପଲିଥିନ୍ ତଳେ ବିତୁଛି ଜୀବନ ।

657

କନକ ବ୍ୟୁରୋ : ଦୁଃଖ କଷ୍ଟର ଏହା ଏପରି ଏକ କାହାଣୀ, ଯାହା ଜାଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ଜାବନରେ ସୁଖ, ଦୁଃଖ ଲାଗି ରହିଥାଏ ସତ କିନ୍ତୁ ଯେତେବେଳେ ଦୁଃଖ ଦାଉ ସାଧିଥାଏ, ସେତେବେଳେ ମଣିଷ ଦିଗହରା ହୋଇଯାଏ । ଦାରିଦ୍ର‌୍ୟତାର ଦୁଃଖ ବଳୟ ଭିତରେ ପେଶି ହୋଇଯାଏ । ଠିକ୍ ଏମିତି ହିଁ ଜୀବନ ଯିଉଁଛନ୍ତି କେନ୍ଦ୍ରାପଡାର ସତ୍ୟଭାମା ।

ପଲିଥିନ୍ ତଳେ ବିତୁଛି ସତ୍ୟଭାମାଙ୍କ ଜୀବନ । ଦାଉସାଧିଛି ଦାରିଦ୍ର‌୍ୟତା । ଜୀବନର ସାୟାନ୍ନରେ ମୁଣ୍ଡ ଗୁଂଜିବାକୁ ନାହିଁ ଘରଟିଏ । ଭଙ୍ଗା ଦଦରା ଘରେ ପଲିଥିନ୍ ତଳେ କଟୁଛି ସମୟ । ଏମିତି ଜୀବନ ଜିଉଁଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ ଗୋପ ଗାଁର ୯୦ ବର୍ଷିୟ ବୃଦ୍ଧା ସତ୍ୟଭାମା ସାହୁ । ୪୫ ବର୍ଷିୟ ରୋଗିଣା ପୁଅ ରାମଚନ୍ଦ୍ରକୁ ଧରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ସତ୍ୟଭାମା । ଏହି ପଲାକୁ ଦେଖିବା ପରେ, ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ତାହା କହିବାର ଆବଶ୍ୟକତା ନାହିଁ ।

ଆଉ ଏହାରି ଭିତରେ ଅପେକ୍ଷା ରହିଛି କେବେ ସରିବ ସତ୍ୟଭାମାଙ୍କ ଦୁଃଖ ? ଜୀବନର ଶେଷ ସମୟରେ ସରିବନି ଦୁଃଖ ! ବୟସାଧିକ କାରଣରୁ ସତ୍ୟଭାମାଙ୍କୁ ଆଉ ଭଲ କରି ଦେଖାଯାଉନି । ରୋଗୀଣା ଦେହକୁ ଦାରିଦ୍ର‌୍ୟ ଯନ୍ତ୍ରଣା ବୋଝ ଉପରେ ଲଳିତା ବିଡ଼ା ପାଲଟିଛିି । ଓଳିଏ ଖାଇ ଓଳିଏ ଉପାସରେ କଟୁଛି ଅସହାୟ ମାଆ-ପୁଅଙ୍କ ଜୀବନ । ଘରଟିଏ ପାଇଁ ଜିଲ୍ଳାପାଳଙ୍କ ଜନଶୁଣାଣି ବେଳେ ଗୁହାରି କରିଥିଲେ ବି କିଛି ସୁଫଳ ମିଳିନି । ଯାହାର ଜ୍ୱଳନ୍ତ ପ୍ରତିଫଳନ ଏହି ପଲିଥିନ୍ ଟଣା ପଲା । ବୃଦ୍ଧା ସତ୍ୟଭାମାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଥିବା ବେଳେ କେବେ ଦୂର ହେବ ତାଙ୍କ ଦୁଃଖ ତାହା ଆଗାମୀ ସମୟ ହିଁ କହିବ ।