ସାଧାରଣତଃ ପ୍ରତ୍ୟେକ ଲୋକଙ୍କର ଗୋଟିଏ ସ୍ୱପ୍ନ ଥାଏ କି ତାଙ୍କ ପୁଅ ଝିଅମାନଙ୍କର ଭବିଷ୍ୟତ ଯେଭଳି ଭଲ ହେଉ । ହେଲେ ପାଖରେ ଅର୍ଥର ଘୋର ଅଭାବ କାରଣରୁ ଅଧିକାଂଶ ଲୋକଙ୍କୁ ନିଜ ମନକୁ ବୁଝାଇବାକୁ ପଡିଥାଏ । ତେବେ ଲୋକଙ୍କର ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ତରଫରୁ ଏକ ଯୋଜନା ଲଂଚ କରାଯାଇଛି , ଯାହାକୁ କି ପିଲାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଆମେ ଏଠାରେ ଆଲୋଚନା କରୁଛୁ ଏଲଆଇସିର ‘ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାଙ୍କ ପ୍ଲାନ’ ସଂପର୍କରେ । ତେବେ ଏଲଆଇସି ତରଫରୁ ଚିଲଡ୍ରେନ ଡେ ଅବସରରେ ଏହି ପଲିସିଟିକୁ ଲଂଚ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପଲିସି ସଂପର୍କରେ କିଛି ଖାସ୍ କଥା
ଏହି ବୀମାକୁ ନେବା ପାଇଁ ସର୍ବନିମ୍ନ ବୟସ ୦ ।
ସେହିଭଳି ସର୍ବାଧିକ ବୟସ ୧୨ ବର୍ଷ ।
ସର୍ବାଧିକ ବୀମା ରାଶିର କୌଣସି ସୀମା ନାହିଁ
Premium Weaver Benefit Rider-ଅପସନ ଉପଲବ୍ଧ
ମନି ବ୍ୟାଙ୍କ ଇନଷ୍ଟଲମେଂଟ ପଲିସିଧାରକଙ୍କୁ ୧୮,୨୦ ଏବଂ ୨୨ ବର୍ଷ ବୟସ ହେଲେ ମୋଟ ଜମା ରାଶିର ୨୦ ପ୍ରତିଶତ ରକମ ମିଳିବ ।
ମାଚ୍ୟୁରିଟି ବେନିଫିଟ୍: ପଲିସି ମାଚ୍ୟୁରିଟିର ସମୟ (ବୀମା ଧାରକର ପଲିସି ଅବଧି ସମୟରେ ମୃତ୍ୟୁ ନହେଲେ) ପଲିସିଧାରକଙ୍କୁ ବୀମା ରାଶିର ବଳକା ୪୦ ପ୍ରତିଶତ ବୋନସ ସହିତ ମିଳିବ ।
ଡେଥ୍ ବେନିଫିଟ୍: ପଲିସି ଅବଧି ସମୟରେ ଯଦି ପଲିସିଧାରକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ତେବେ ବୀମା ରାଶି ବ୍ୟତୀତ ନିହିତ ସାଧାରଣ ପ୍ରତ୍ୟାବର୍ତ୍ତି ବୋନସ ଏବଂ ଅନ୍ତିମ ଅତିରିକ୍ତ ବୋନସ ଦିଆଯାଇଥାଏ । ସେହିଭଳି ଡେଥ୍ ବେନିଫିଟ ମୋଟ ପ୍ରମିୟମ ପେମେଂଟର ୧୦୫ ପ୍ରତିଶତରୁ କମିବ ନାହିଁ । ।