ଏଲଆଇସିରେ ପଲିସି କରିଛନ୍ତିି କି ? ତେବେ କମ୍ପାନୀ ଆପଣଙ୍କୁ ଦେଉଛି ବଡ ସୁଯୋଗ,ହାତଛଡା କଲେ ହଇରାଣରେ ପଡିପାରନ୍ତି ।

103

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ନିଜ ଗ୍ରାହକଙ୍କୁ ଏକ ଖାସ୍ ସୁବିଧା ଦେଇଛି । ଯଦି ଆପଣ ମଧ୍ୟ ଏଲଆଇସିରେ ପଲିସି କରିଛନ୍ତି ଏବଂ ବିଭିନ୍ନ ସମସ୍ୟାରେ ବ୍ୟସ୍ତ ଅଛନ୍ତି ତେବେ ବିଳମ୍ବ ନକରି ଶୀଘ୍ର ହିଁ ଏହି ସୁବିଧାର ଲାଭ ଉଠାନ୍ତୁ । କୌଣସି କାରଣରୁ ବନ୍ଦ ପଡିଥିବା ବୀମା ପଲିସିକୁ ଗ୍ରାହକ ଦ୍ୱିତୀୟବାର ପାଇଁ ଆରମ୍ଭ କରିପାରିବେ । ୩୧ ଅକ୍ଟୋବର ପର୍ଯ୍ୟନ୍ତ ପଲିସି ଦ୍ୱିତୀୟବାର ଆରମ୍ଭ କଲେ ଗ୍ରାହକଙ୍କୁ ୩୦ ପ୍ରତିଶତ ରିହାତିର ଲାଭ ମଧ୍ୟ ମିଳିବ । ଏଲଆଇସିର ୬୨ ତମ ସ୍ଥାପନ ଦିବସରେ କମ୍ପାନୀ ତରଫରୁ ନିଜର ସବୁ ଗ୍ରାହକଙ୍କୁ ଏହି ସୁବିଧା ଦିଆଯାଇଛି ।

ଯଦି ଆପଣ ନିଜ ପଲିସିର ପୁରା ଷ୍ଟାଟସ୍ ଜାଣିବାକୁ ଚାହାନ୍ତି ତେବେ ଆପଣ ମେସେଜ୍ ଦ୍ୱାରା ଏହାକୁ ଚେକ୍ କରିପାରିବେ । ମେସେଜରୁ ଜାଣିବା ପାଇଁ ଆପଣ ନିଜ ରେଜିଷ୍ଟର ମୋବାଇଲ୍ ନମ୍ବରରୁ ୫୬୬୭୭ କୁ ମେସେଜ୍ ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏହାର ସମ୍ପୁର୍ଣ୍ଣ ବିବରଣୀ ମିଳିଯିବ । ଏହାକୁ ଜାଣିବା ପାଇଁ ଆପଣ ପ୍ରଥମେ ଏଲଆଇସିର ସାଇଟ୍ https://www.licindia.in/ କୁ ଯାଆନ୍ତୁ । ସେଠାରେ ନିଜ ନାଁ ରେଜିଷ୍ଟର କରନ୍ତୁ । ଫର୍ମରେ ନିଜ ନାଁ,ପଲିସି ନମ୍ବର,ଜନ୍ମ ତାରିଖ ଆଦି ଲେଖି ସବମିଟ୍ କରନ୍ତୁ । ଏହାପରେ ଆପଣ ଏଲଆଇସିର ସମ୍ପୁର୍ଣ୍ଣ ବିବରଣୀ ଜାଣିପାରିବେ ।