ସନ୍ନ୍ୟାସୀ ହେବା ପାଇଁ କିଏ ଇଞ୍ଜିନିୟରିଂ ପରୀକ୍ଷା ଅଧାରୁ ଛାଡିଛ ତ ପୁଣି କିଏ ଏମବିଏ ଡିଗ୍ରୀକୁ କରିଛି ତୁଚ୍ଛ ! ଅକ୍ଟୋବର ୬ରେ ନେବେ ଜୈନ ଭିକ୍ଷୁର ଦୀକ୍ଷା

61

ଭଲ ଚାକିରୀ, ଭୋଗବିଳାସରେ ବିତୁଥିବା ଜୀବନକୁ ଛାଡି ଜୈନ ଭିକ୍ଷୁକ ସାଜିବେ ୬ ଯୁବକ । ସାଂସରିକ ମୋହମାୟାକୁ ତ୍ୟାଗ କରି ସନ୍ନ୍ୟାସର ପଥକୁ ବାଛି ନେଇଛନ୍ତି । ଯେଉଁ ବୟସରେ ଘର ସଂସାର କରି ପରିବାର କଥା ଚିନ୍ତା କରିବା ସେହି ବୟସରେ ଭଗବାନଙ୍କ ନାମ ଜପିବେ ଏହି ଯୁବକ । ସବୁଠୁ ବଡକଥା ହେଲା ବହୁତ ଶିକ୍ଷିତ ହୋଇ ମଧ୍ୟ ଜୀବନର ଭୋଗବିଳାସକୁ ତୁଚ୍ଛ କରି ଆଧ୍ୟାତ୍ମିକ ରାସ୍ତାକୁ ବାଛି ନେଇଛନ୍ତି ଏମାନେ । ଗତ କିଛି ଦିନ ପୂର୍ବେ ଗୁଜରାଟର ଯୁବ ଦମ୍ପତି ମଧ୍ୟ ୧୦୦ କୋଟିର ସମ୍ପତି ଓ ତିନି ବର୍ଷର ଶିଶୁକନ୍ୟାକୁ ପଛ କରି ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ସେହି ଚର୍ଚ୍ଚା ଥମି ନଥିବା ବେଳେ ୬ ଜଣ ଉଚ୍ଚ ଶିକ୍ଷିତ ଯୁବକ ନିଜକୁ ଭଗବାନଙ୍କ ସେବାରେ ସମର୍ପି ଦେଇ ପୁଣିଥରେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି । ଆଗାମୀ ୬ ଅକ୍ଟୋବରରେ ଏହି ଯୁବକମାନେ ଆଚାର୍ଯ୍ୟ ବିଶୁଦ୍ଧ ସାଗର ମହାରାଜଙ୍କ ପାଖରୁ ଜୈନଭିକ୍ଷୁର ଦୀକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି କଥା ।

amitଅମିତ : ଭୋପାଳର ୩୮ ବର୍ଷିୟ ଯୁବକ ଅମିତ । ବେଶ୍ ଉଚ୍ଚଶିକ୍ଷିତ । ଏମବିଏ କରିବା ପରେ ପ୍ରାୟ ୩ ବର୍ଷ ଧରି ଶେୟାର ବ୍ୟାକିଙ୍ଗ କମ୍ପାନିରେ ଚାକିରୀ କରିଥିଲେ । କିନ୍ତୁ ଚାକିରୀରେ ତାଙ୍କର ମନ ଲାଗି ନଥିଲା । ତେରୁ ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ମାତ୍ର ଦୁଇ ବର୍ଷ ବ୍ୟବସାୟ କରିବା ପରେ ପୂରା ସଂସାର ପ୍ରତି ତାଙ୍କର ମୋହ ଛାଡି ଯାଇଥିଲା । ଚାକିରୀ ଏବଂ ପଇସାକୁ ପଛ କରି ଚାଲି ଆସିଥିଲେ ଆଧ୍ୟାତ୍ମିକ ଜଗତରେ ପାଦ ଦେଇଥିଲେ । ତାଙ୍କ ବାପା ମା ମଧ୍ୟ ଧାର୍ମିକ ଦୁନିଆ ସହ ଜଡିତ ରହିଥିଲେ । ତେଣୁ ଅନେକ ସମୟରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଅମିତ । ୨୦୦୩ ମସିହାରୁ ସେ ଆଚାର୍ଯ୍ୟ ଶ୍ରୀଙ୍କ ପ୍ରବଚନ ଶୁଣୁଥିଲେ । ତେବେ ୨୦୧୪ ମସିହାରେ ଅମିତ ଆଜୀବନ ବ୍ରହ୍ମଚର୍ଯ୍ୟ ବତ୍ର ଗ୍ରହଣ କଲେ । ଆଉ ଏଇ ମାତ୍ର ୬ ମାସ ପୂର୍ବରୁ ଆଚାର୍ଯ୍ୟଶ୍ରୀଙ୍କ ସାନିଧ୍ୟ ଲାଭ କଲେ ।

akshyaଅକ୍ଷୟ : ସେହିଭଳି ଅନ୍ୟଜଣେ ଜୈନ ଦୀକ୍ଷା ଗ୍ରହଣ କରିଥିବା ଯୁବକ ହେଉଛନ୍ତି ୨୧ ବର୍ଷିୟ ଅକ୍ଷୟ । ମାଲଥାନେ ସାଗର ଅଞ୍ଚଳର ମୂଳ ବାସିନ୍ଦା ହେଉଛନ୍ତି ଅକ୍ଷୟ । ଦ୍ୱାଦଶ ଶ୍ରେଣୀରେ ୮୫% ମାର୍କ ରଖିବା ସହ ପିଏମିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ମା ଚାହୁଁଥିଲେ ପୁଅ ତାଙ୍କର ଡାକ୍ତର ହେଉ ସେହିଭଳି ବାପା ଚାହୁଁଥିଲେ ପୁଅ ତାଙ୍କର ଜିଲ୍ଲାପାଳ ହେଇ ପୂରା ଜିଲ୍ଲାର ଦାୟିତ୍ୱ ନେଉ । କିନ୍ତୁ ନିୟତିର ବିଚାର କିଛି ଅଲଗା ଥିଲା । ୨୦୧୧ ମସିହାରେ ଲଳିତପୁର ପଞ୍ଚକଲ୍ୟାଣକୁ ଯାଇଥିଲେ ଅକ୍ଷୟ । ସେଠାରେ ତାଙ୍କର ଏକ ମୁନିଙ୍କ ସହ ଭେଟ ହୋଇଥିଲା । ସେହି ମୁନି ଜଣକ ଅକ୍ଷକଙ୍କୁ ସେଠାକୁ ଆସିବାର କାରଣ ପଚାରିଥିଲେ । ଉତ୍ତରରେ ଆଚାଯ୍ୟଙ୍କୁ ଦେଖା କରିବାକୁ ଆସିଥିବା କହିଥିଲେ ଅକ୍ଷୟ । ଆଉ ଏହି କଥା ଶୂୁଣି ମୁନି ଜଣଙ୍କ ଅକ୍ଷୟଙ୍କୁ ଆଚାର୍ଯ୍ୟଙ୍କ ପାଖକୁ ନେଇଯାଇଥିଲେ । ସେବେଠାରୁ ଆଚାଯ୍ୟଙ୍କ ସଂସ୍ପର୍ଶରେ ରହି ଆସିଥିଲେ ଅକ୍ଷୟ । ଆଉ ୨୦୧୪ ମସିହାରେ ଆଚାର୍ଯ୍ୟଙ୍କ ସାନିଧ୍ୟ ଲାଭ କରିଥିଲେ ଅକ୍ଷୟ । ଅକ୍ଟୋବର ୬ ତାରିଖରେ ଜୈନଭିକ୍ଷୁର ଦୀକ୍ଷା ଗ୍ରହଣ କରିବେ ଅକ୍ଷୟ ।

jainismରୋହିତ: ହାତରେ ବି,ଇର ଡିଗ୍ରୀ । ଆଉ ତାଙ୍କ ସାଙ୍ଗକୁ ମନଲୋଭା ଚାକିରୀ ମଧ୍ୟ । କିନ୍ତୁ ୬ ବର୍ଷ ଚାକିରୀ କରିବା ପରେ ହୁଏତ ସ୍ୱାର୍ଥପର ଦୁନିଆକୁ ବେଶ ଭାବେ ପରଖି ନେଇଥିଲେ ରୋହିତ । ତେଣୁ ବାଛି ନେଇଥିଲେ ଜୈନ ଭିକ୍ଷୁର ପଥ । ରାଜସ୍ଥାନର ୩୧ ବର୍ଷିୟ ଯୁବକ ରୋହିତ । ଜଣେ ମେଧାବୀ ଛାତ୍ର ମଧ୍ୟ । ଅନେକ ଦିନ ଘର ଛାଡି ବାହାରେ ପୁଣେ ଓ ମୁମ୍ବାଇରେ ଚାକିରୀ କରିଥିଲେ ଅମିତ । ଏହି ସମୟରେ ସେ ଆଚାର୍ଯ୍ୟଙ୍କ ସଂସ୍ପଶରେ ଆସିଥିଲେ । ତାଙ୍କ ଚରିତ୍ର ଓ ପ୍ରବଚନରେ ରୋହିତ ଏତେ ମାତ୍ରାରେ ପ୍ରଭାବିତ ହୋଇ ଯାଇଥିଲେ ଯେ, ମନ ଭିତରେ ଆଧ୍ୟାତ୍ମିକର ବୀଜ ଅଙ୍କୁରିତ ହୋଇ ଉଠିଥିଲା । ଘର ତଥା ପରିବାର ଓ ସାଙ୍ଗସାଥୀ ବାରମ୍ବାର ବୁଝାଇଥିଲେ ମଧ୍ୟ ସେ ତାଙ୍କର ଲକ୍ଷ୍ୟ ସ୍ଥିର କରି ସାରିଥିଲେ ।

ଶିବମ : ଟିଭିରେ ଆଚାର୍ଯ୍ୟଙ୍କୁ ପ୍ରତି ଦିନ ଦେଖୁଥିଲେ । ତାଙ୍କ ପ୍ରବଚନରେ ଏତେ ବିମୋହିତ ହୋଇ ଯାଇଥିଲେ ତାଙ୍କର ଶିଷ୍ୟ ହେବାକୁ ମନେ ମନେ ସ୍ଥିର କରି ସାରିଥିଲେ । ମନ ଭିତରେ ଆଧ୍ୟାତ୍ମ ଜଗତକୁ ନେଇ ପ୍ରେମ ଜାଗ୍ରତ ହୋଇ ସାରିଥିଲା । ଉଜ୍ଜେନର ବାସିନ୍ଦା ଶିବମଙ୍କ ଉପଯୁକ୍ତ ସମୟକୁ କେବଳ ଅପେକ୍ଷା ଥିଲା । ଦ୍ୱାଦଶ ଶ୍ରେଶୀରେ ବେଶ୍ ଭଲ ମାର୍କ ରଖିଥିବା ଶିବମ ଶେଷରେ ୨୦୧୦ ମସିହାରେ ପରିବାର ବାରଣ ସତ୍ତେ୍ୱ ଆଚାଯ୍ୟ ବିଶୁଦ୍ଧ ସାଗରଜୀଙ୍କ ପାଖକୁ ଚାଲି ଆସିଥିଲେ । ଆଉ ଏବେ ସେ ଜୈନ ଭିକ୍ଷୁ ଭାବେ ଦୀକ୍ଷା ନେବାକୁ ଯାଉଛନ୍ତି ।

ଅତୁଲ୍ୟ : ସାସଂରିକ ମୋହମାୟା ବାନ୍ଧି ରଖି ପାରିନଥିଲା ମଧ୍ୟପ୍ରଦେଶର ଅତୁଲ୍ୟଙ୍କୁ । ୪୧ ବର୍ଷିୟ ଅତୁଲ ନିଜର ୩ଟି ଝିଅ ସ୍ତ୍ରୀଙ୍କୁ ଛାଡି ଆଚାର୍ଯ୍ୟଙ୍କ ହାତ ଧରିଥିଲେ । ଏହାସହ ତାଙ୍କ ପତ୍ନୀ ମଧ୍ୟ ଏହି ଦିଗ ପ୍ରତି ମନ ବଳାଇଛନ୍ତି । ଖୁବଶୀଘ୍ର ତାଙ୍କ ସ୍ତ୍ରୀ ଜୈନ ଦୀକ୍ଷାରେ ଦୀକ୍ଷିତ ହେବାକୁ ଯାଉଛନ୍ତି ।

asishଆଶିଷ : ମଧ୍ୟପ୍ରଦେଶ ଟିକମଗଡର ୨୮ ବର୍ଷିୟ ଇଞ୍ଜିନିୟରିଂ ଛାତ୍ର ଆଶିଷ । ଇଞ୍ଜିନିୟରିଂର ଶେଷ ପରୀକ୍ଷା ଦେବାକୁ ଯାଇ ଅଧାରୁ ଉଠି ଚାଲି ଆସିଥିଲେ ଆଶିଷ । ଆଚାର୍ଯ୍ୟଙ୍କ ବାଣୀ ତାଙ୍କୁ ପାଗଳ ପ୍ରାୟ କରି ଦେଇଥିଲା । ପରୀକ୍ଷା ଦେଇ ପାସ ହେଇଥିଲେ ତାଙ୍କ ବାପା ସରକାରୀ ଚାକିରୀରେ ଅବସ୍ଥାପିତ କରିବାକୁ ଚିନ୍ତା କରିଥିଲେ । ତେଣୁ ସାଂସାରିକ ଜୀବନରୁ ନିଜକୁ ଦୂରେଇ ରଖିବା ପାଇଁ ପରୀକ୍ଷା ନ ଦେଇ ଅଧାରୁ ଉଠି ଆସିଥିଲେ ଆଶିଷ । ୨୦୧୨ ମସିହାରୁ ସେ ଆଚାର୍ଯ୍ୟଙ୍କ ସହ ଜଡିତ ରହିଛନ୍ତି । ଆଶିଷ କହିଛନ୍ତି ବାବାଙ୍କ ପ୍ରତି ଭଲପାଇବା ତାଙ୍କୁ ଏ ଆଧ୍ୟାତ୍ମିକ ଜଗତ ଆଡକୁ ଟାଣି ଆଣିଥିଲା ।