ରେଂଜରଙ୍କୁ ମାଡ ମାରିବା ଘଟଣା : ପ୍ରଦୀପ ମାଝୀଙ୍କ ବ୍ୟତୀତ ଅନଶନରୁ ଓହରିଲେ ୧୮ କଂଗ୍ରେସ କର୍ମୀ

34

ଉମରକୋଟ : ଅନଶନରୁ ଓହରିଲେ ୧୮ କଂଗ୍ରେସ କର୍ମୀ । ପ୍ରଦୀପ ମାଝୀଙ୍କ ବ୍ୟତୀତ ଅନ୍ୟ କଂଗ୍ରେସ କର୍ମୀ ଅନଶନରୁ ଓହରିଛନ୍ତି । ଉମରକୋଟ ସବ ଜେଲ କତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ଗତ ୨୬ରୁ ସେମାନେ ଅନଶନରେ ବସିଥିଲେ । ଗତକାଲି କଂଗ୍ରେସ କର୍ମୀଙ୍କୁ ଜେଲରୁ ମୁକୁୁଳାଇବା ପାଇଁ ଉମରକୋଟ କଂଗ୍ରେସ କର୍ମୀ ଜେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଭଳିକି ଜେଲ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଜେଲ ବାହାରେ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଘେରାଉ କରିଥିଲେ । ରେଂଜରଙ୍କୁ ମାଡ ମାରିବା ଘଟଣାରେ ଗତ ୨୬ ତାରିଖରୁ ପ୍ରଦୀପ ମାଝୀଙ୍କ ସମେତ ୧୯ କଂଗ୍ରେସ କର୍ମୀ ଅନଶନରେ ବସିଥିଲେ ।