କ୍ୟାମେରା ଦେଖିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ: ମାଲକାନଗିରି ସୀମା ସୁକମାରେ ରାସ୍ତାକଡରୁ ଉଦ୍ଧାର କରି ନଷ୍ଟ କଲେ ସିଆରପିଏଫ୍ ଯବାନ

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପୂର୍ବରୁ ଆସିଲା ଚିତ୍ର

148

କନକ ବ୍ୟୁରୋ: କ୍ୟାମେରାରେ ରେକର୍ଡ ହେଲା ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରିବାର ଚିତ୍ର । ମାଲକାନଗିରି ସୀମାବର୍ତ୍ତୀ ସୁକମା ଜିଲ୍ଲା ଏରାବୋରା ରାସ୍ତାକଡରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରି ନଷ୍ଟ କଲେ ଯବାନ । ମାଓବାଦୀମାନେ ଆସନ୍ତା ୨୮ ତାରିଖରୁ ସହିଦ ସପ୍ତାହ ପାଳନ ଲାଗି ଆହ୍ୱାନ ଦେଇଛନ୍ତି । ଅଗଷ୍ଟ ୩ ତାରିଖ ଯାଏଁ ଏହି ସପ୍ତାହ ଚାଲିବ ।

 

ଏହାପୂର୍ବରୁ ସୁରକ୍ଷା କର୍ମୀ ସଜାଗ ହୋଇଛି । ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କମ୍ବିଂ ବେଳେ ଏରାବୋରାରୁ ସିରିଜ ଲ୍ୟାଣ୍ଡମାଇନ ଜବତ କରିଛନ୍ତ ସୁରକ୍ଷା କର୍ମୀ । ଏହା ପରେ ସଜାଗ ହୋଇଯାଇଛି ପୋଲିସ ଓ ପ୍ରଶାସନ । ବିଶେଷ କରି ଛତିଶଗଡ ସୀମାବର୍ତୀ ଅଂଚଳ ଓ ଦକ୍ଷିଣ ଓଡିଶାର ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ପ୍ରଶାସନ ଓ ପୋଲିସ ଅଧିକ ସଜାଗ ହୋଇଯାଇଛି ।