କନକ ବ୍ୟୁରୋ: ଲାଲୁଙ୍କୁ ପୁଣି ଝଟକା । ଗୋଖାଦ୍ୟ ଦୁର୍ନୀତିକୁ ନେଇ ଲାଲୁଙ୍କ ନାଁରେ ଥିବା ତୃତୀୟ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଂଚି ସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ୧୦ ତାରିଖରେ ଏହି ମାମଲାରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା ହଡପ କରାଯିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ମୋଟ ୫୬ ଜଣ ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର । ମାମଲାର ଶୁଣାଣି ଜାରି ରହିଥିବାବେଳେ ୧୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ଏବଂ ୨ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ।
ଡିସେମ୍ବର ମାସରେ ଦେଓଘର କୋଷାଗାର ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଚାରା ଦୁର୍ନୀତି ମାମଲାର ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/lalu-yadav-arrives-court-ranchi-special-cbi_f448c9da-f143-11e7-9b6a-9c455a15825b.jpg)