ଓଡିଶା ମାର୍କେଟରେ କୋଲକାତା କଏନ । ବସରେ ଭୁବନେଶ୍ୱରକୁ ଆସୁଛି ଲକ୍ଷାଧିକ ଟଙ୍କାର ବସ୍ତା ବସ୍ତା ଖୁଚୁରା

ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ କଲା ଚଢାଉ;ବେଆଇନ ଚାଲାଣ ନେଇ ଖୋଳତାଡ

454

କନକ ବ୍ୟୁରୋ: ଓଡିଶା ମାର୍କେଟରେ କୋଲକତା କଏନ । ଓଡିଶାକୁ ରପ୍ତାନୀ ହେଉଛି ବସ୍ତା ବସ୍ତା ଖୁଚୁରା । କୋଲକତାରୁ ଏକ ବସରେ ଭୁବନେଶ୍ୱରକୁ ବସ୍ତା ବସ୍ତା ଖୁଚୁରା ଆସୁଥିବା ବେଳେ ଆଜି ଜବତ କରିଛି ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ । ବସର ଉପରେ ଓ ଭିତରେ ପାଖାପାଖି ୨୦ରୁ ଅଧିକ ଅଖା ବସ୍ତା ରହିଛି । ଯେଉଁଥିରେ ରହିଛି ଲକ୍ଷାଧିକ ଟଙ୍କାର ମୂଦ୍ରା । ବସର ଡ୍ରାଇଭରଙ୍କ କହିବା ଅନୁସାରେ, ପ୍ରତି ୨ରୁ ୪ ଦିନରେ ଥରେ ସେ ଏମିତି ବସରେ କଏନ ନେଇକି ଆସିଥାଏ ।

ଏପରିକି ପ୍ରତି ବସ୍ତା ପିଛା ତାଙ୍କୁ ଦେଢ ଶହ ଟଙ୍କା ମିଳୁଥିବା କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ,କୋଲକତାରୁ ଭୁବନେଶ୍ୱର ଏତେ ପରିମାଣର କଏନ ଆସେ କାହିଁକି । ଓ ଏହା ପଛରେ କିିଛି ର‌୍ୟାକେଟ କାମ କରୁଛି କି । ଓଡିଶାରେ କଏନ ଅଭାବ ନଥିବା ବେଳେ ବାହାର ରାଜ୍ୟରୁ କଏନର ବେଆଇନ ଚାଲାଣ ହେଉଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଏବେ ଆରମ୍ଭ ହୋଇଛି ଖୋଳତାଡ ।