ଟ୍ରେନରେ ଲଗେଜ ନେବା ଉପରେ ଲାଗିଲା କଟକଣା ! ରେଳରେ ଭାରି ପଡୁଛନ୍ତି ଯାତ୍ରୀ, ବଗିରେ ରହିବନି ଜିନିଷ ରଖିବା ସ୍ଥାନ ।

43

ଆପଣ ଏମିତି ଅନେକ ଥର ଦେଖିଥିବେ ଅଟୋ ରିକ୍ସା କିମ୍ବା ଅନ୍ୟ କୌଣସି ଛୋଟ ବାହାନରେ ଯାତ୍ରୀ ଅଧିକ ହୋଇଗଲେ ବାହାନ ଭାରି ହୋଇଯାଇଥାଏ । ଏବଂ ଆଗକୁ ବଢିବାରେ ଅସୁବିଧା ହୋଇଥାଏ । ସେହି ସମୟରେ ଚାଳକ କିଛି ଯାତ୍ରୀମାନଙ୍କୁ ଓହ୍ଲାଇଯିବା ପାଇଁ କହିଥାନ୍ତି । ଯାତ୍ରୀ କମ ହୋଇଯିବା ପରେ ଗାଡି ସ୍ୱାଭାବିକ ଭାବେ ଗତି କରିଥାଏ । ଯଦି ଏଭଳି ସ୍ଥିତି ଟ୍ରେନରେ ଉପୁଜେ ତେବେ ଆପଣ କଣ କହିବେ । ଶୁଣିଲେ ହୁଏତ ଏହା ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ଏହା ସତ ।

ଯାତ୍ରୀମାନଙ୍କ ସଂଖ୍ୟା ଅଧିକ ହେବା ଫଳରେ ଟ୍ରେନର ଓଜନ ବଢିଯାଇଥାଏ । ଯାହା ଫଳରେ ପରିଚାଳନାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ଏଲଏଚବି ରାଙ୍କର ଜେନେରାଲ ବଗିରୁ ଲଗେଜ ବଙ୍କର କିମ୍ବା ଜିନିଷପତ୍ର ରଖିବା ସ୍ଥାନକୁ ଟ୍ରେନରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବ ମଧ୍ୟ ରେଳବାଇର ମୁଖ୍ୟ ଯାନ୍ତ୍ରିକ ପ୍ରବନ୍ଧକଙ୍କ ତରଫରୁ ଜାରି ହୋଇଥିବା ଆଦେଶ ପରେ ଧନବାଦରେ ଗଙ୍ଗା-ସତଲଜ ଏକ୍ସପ୍ରେସରୁ ଲଗେଜ ବଙ୍କର ହଟାଇବା କାମ ଆରମ୍ଭ କରିଦିଆଯାଇଛି ।

ଏଲଏଚବି ରାଙ୍କର ଜେନେରାଲ କୋଚରେ ପାରମ୍ପରିକ କୋଚ ତୁଳନାରେ ଆଧୁନିକ ଲଗେଜ ବେଙ୍କର ଲଗାଯାଇଛି । ଜେନେରାଲ ବଗିରେ ଅତ୍ୟାଧିକ ଭିଡ ହେବା ଫଳରେ ଅଧିକାଂଶ ଯାତ୍ରୀ ଲଗେଜ ରଖିବାକୁ ଥିବା ସ୍ଥାନରେ ବସି ଯାତ୍ରା କରୁଛନ୍ତି । ଯାହା ଫଳରେ ରେଳବାଇର କହିବା ଅନୁଯାୟୀ, ଟ୍ରେନର ଓଜନ ବଢିଯାଉଛି । ଏହି କାରଣରୁ ଏଥିରୁ ଲଗେଡ ବେଙ୍କର ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ନିଜ ସାମଗ୍ରୀ ରଖିବାପାଇଁ କୌଣସି ବିକଳ୍ପ ଖୋଜିବା ପାଇଁ ପଡିବ । ତେବେ ସାମଗ୍ରୀ ନେବା ପାଇଁ ମଧ୍ୟ କଟକଣା ଜାରି କରିଛି ରେଳବାଇ । ଜେନେରାଲ ଶ୍ରେଣୀର ଯାତ୍ରୀ ୭୦ କିଲୋଗ୍ରାମରୁ ଅଧିକ ସାମଗ୍ରୀ ନିଜ ସାଙ୍ଗରେ ନେଇ ଯାଇପାରିବେ ନାହିଁ ।