ଅଧ୍ୟାପିକା ଚାକିରିକୁ ବାଏ ବାଏ କରି ଚାଷକୁ ଆପଣାଇଲେ ଇଞ୍ଜିନିୟରିଂ ଛାତ୍ରୀ ! ପନିପରିବା ପାଇଁ ଦୁବାଇ ଓ ଇସ୍ରାଏଲରୁ ଆସୁଛି ଅର୍ଡର, ଜାଣନ୍ତୁ ୨୭ ବର୍ଷିୟା ଚାଷୀ ଭଲ୍ଲାରୀଙ୍କ କାହାଣୀ

183

କମ୍ପ୍ୟୁଟର ଲ୍ୟାବରୁ କୃଷିକ୍ଷେତ୍ର । ଅଧ୍ୟାପିକା ଚାକରିକୁ ବାୟ ବାୟ କରି ଆପଣାଇଛନ୍ତି ଚାଷ କାର୍ଯ୍ୟକୁ । ଯେଉଁ ସମୟରେ କୃଷି କ୍ଷେତ୍ରରୁ ଏବେକାର ଯୁବଗୋଷ୍ଠୀ ମୁହଁ ବୁଲାଇ ଆଣିଛନ୍ତି ସେହିଭଳି ପରିସ୍ଥିତିରେ ଚାଷ କରିବା ପାଇଁ ପଡିଆକୁ ଓହ୍ଲାଇଛନ୍ତି ଜଣେ ଛାତ୍ରୀ । ଛତିଶଗଡର ୨୭ ବର୍ଷିୟା ଛାତ୍ରୀ ଭଲ୍ଲାରୀ ଚନ୍ଦ୍ରାକର ଏବେ ଚାଷ କାର୍ଯ୍ୟ କରି ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Vallari-Chhattisgarh-farmingଛତିଶଗଡର ୨୭ ବର୍ଷିୟା ଇଞ୍ଜିନିୟରିଂ ଛାତ୍ରୀ ଭଲ୍ଲାରୀ ଚନ୍ଦ୍ରାକର । କେବଳ ଚାଷ କାର୍ଯ୍ୟ କରିବା ପାଇଁ ଉଚ୍ଚ ଦରମାର ଚାକିରି ମଧ୍ୟ ଛାଡିଛନ୍ତି । କମ୍ପ୍ୟୁଟର ସାଇନ୍ସରେ ଏମଟେକ କରିଥିବା ବଲ୍ଲରୀ ସହରର ଚାକ୍ୟଚକ୍ୟକୁ ପଛ କରି ଗାଁ ଫେରିଛନ୍ତି କେବଳ ଚାଷ କରିବା ପାଇଁ । ଏବେ ପ୍ରାୟ ୨୭ ଏକର ଜମିରେ ସେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ଭଲ୍ଲାରୀଙ୍କୁ ଅଟକାଇ ପାରିନଥିଲା ସହରର ଚାକ୍ୟଚକ୍ୟ । ଚାକିରି ଛାଡି ଚାଷ କରିବାକୁ ଫେରି ଆସିଥିଲେ ଗାଁକୁ । ତେବେ ତାଙ୍କର ଏଭଳି ନିଷ୍ପତି ଯୋଗୁଁ ତାଙ୍କୁ ଅନେକ ଲୋକ ଶିକ୍ଷିତ ଗଧ କହିବାକୁ ମଧ୍ୟ ପଛାଇନଥିଲେ । କିନ୍ତୁ ଏହି ସବୁ କଥାରେ ଭାଙ୍ଗି ପଡିନଥିଲେ ଭଲ୍ଲାରୀ । ଦୃଢ ଆତ୍ମବିଶ୍ୱାସ ସହ ୨୦୧୬ରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ପାଦ ଦେଇଥିଲେ । ଆଉ ଏହି ନିଷ୍ପତିକୁ ସମର୍ଥନ କରିଥିଲେ ତାଙ୍କର ବାପା । ଏଇଠୁ ହିଁ ଆରମ୍ଭ ହୋଇଥିଲା କୃଷି କ୍ଷେତ୍ରରେ ତାଙ୍କର ସଫଳତାର ଯାତ୍ରା ।

vallari 2ତାଙ୍କ ବାପା ଫାର୍ମହାଉସ ପାଇଁ କିଣିଥିବା ଜମିରେ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ । ଖୁବ୍ କମ ଦିନ ମଧ୍ୟରେ ସଫଳତା ମଧ୍ୟ ହାସଲ କରିଥିଲେ । ତାଙ୍କ ଫାର୍ମରେ ଫଳୁଥିବା ପନିପରିବାର ଚାହିଦା ଧୀରେ ଧୀରେ ବଢିବାକୁ ଲାଗିଲା । ଖୁବ କମ ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟକୁ ତାଙ୍କ ଫାର୍ମରୁ ପନିପରିବା ରପ୍ତାନୀ ଆରମ୍ଭ ହେଲା । ଏପରିିକି ଇନ୍ଦୋର, ନାଗପୁର, ବେଙ୍ଗାଲୁର, ଓ ଦିଲ୍ଲୀ ଭଳି ବଡ ବଡ ସହରରେ ମଧ୍ୟ ଭଲ୍ଲାରୀଙ୍କ ଫାର୍ମର ପନିପରିବାର ଜବରଦସ୍ତ ଚାହିଦା ରହିଛି । ତେବେ ସବୁଠାରୁ ବଡ କଥା ହେଲା, ପ୍ରଥମଥର ପାଇଁ ତାଙ୍କ ଫାର୍ମର ପନିପରିବା କିଣିବା ପାଇଁ ବିଦେଶରୁ ଅର୍ଡର ଆସିଛି । ଭଲ୍ଲାରୀଙ୍କ ଫାର୍ମର ଟମାଟର କିଣିବା ପାଇଁ ଦୁବାଇ ଓ ଇସ୍ରାଏଲରୁ ଅର୍ଡର ଆସିଛି । ଯାହା ଆଗାମୀ ୬୦ରୁ ୭୫ ଦିନ ମଧ୍ୟରେ ବିଦେଶକୁ ପଠାଯିବ ।

ତେବେ କୃଷି କାର୍ଯ୍ୟକୁ ନେଇ ଭଲ୍ଲାରୀ କହିଛନ୍ତି, ଚାଷ କାମ ଠାରୁ ଅଧିକ ଆତ୍ମସନ୍ତୋଷ ଅନ୍ୟ କୌଣସି ଚାକିରିରେ ନାହିଁ । କିନ୍ତୁ ଚାଷ କାମ ପାଇଁ କଠିନ ପରିଶ୍ରମ ସହ ସର୍ମପଣ ଭାବ ରହିବା ଆବଶ୍ୟକ । ତାଙ୍କ ପରିବାରର ପୂର୍ବ ତିନି ପିଢି ପର୍ଯ୍ୟନ୍ତ କୌଣସି ଲୋକ ଚାଷ କାମ ସହ ଜଡିତ ନଥିଲେ । ସେଥିପାଇଁ ପ୍ରଥମେ ତାଙ୍କୁ ଟିକିଏ ଅସୁବିଧା ହୋଇଥିଲା । କିନ୍ତୁ ଆଧୁନିକ ଜ୍ଞାନକୌଶଳ ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥିଲା । ଚାଷ ସମ୍ବନ୍ଧୀୟ ଟିକନିଖ ତଥ୍ୟ ଇଣ୍ଟରନେଟରୁ ପାଇଥିଲେ ଭଲ୍ଲାରୀ । କେବଳ କୃଷି କାମ ନୁହେଁ ବରଂ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ନିଜ କାମ ଶେଷ କରିବା ସହ ଗାଁକୁ ଯାଇ ୪୦ ଜଣ ଛାତ୍ରୀଙ୍କୁ ଇଂରାଜୀ ଓ କମ୍ପ୍ୟୁଟର ସାଇନ୍ସର ଶିକ୍ଷାଦାନ ମଧ୍ୟ କରିଥାନ୍ତି ।