ପୁଣିଥରେ ହୃଦୟ ଜିଣିଲେ ଲଦାଖ ସାଂସଦ ! ହାତରେ ତ୍ରିରଙ୍ଗା ଧରି ଲଦାଖ୍ ବଜାରରେ ଲୋକଙ୍କ ଗହଣରେ ଖୁବ୍ ନାଚିଲେ ସାଂସଦ ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ।

584

ଜମ୍ମୁ-କାଶ୍ମୀରରେ ମୋଦି ସରକାରଙ୍କ ଦ୍ୱାରା ଧାରା-୩୭୦ ହଟିବା ପରେ ଲଦାଖ୍ କୁ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ଦିଆଗଲା । ଏହି ଘଟଣା ଉପରେ ଲଦାଖ୍ ର ସାଂସଦ ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଲୋକସଭାରେ ଦେଇଥିବା ଭାଷଣକୁ ଏବେ ବି ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ସେ ହାତରେ ତ୍ରିରଙ୍ଗା ଧରି ଖୁସିରେ ନାଚୁଥିବା ନଜର ଆସୁଛନ୍ତି । ଲଦାଖ୍ ରେ ଲୋକମାନେ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କ ସହ ଝୁମିନାଚି ଗୀତ ଗାଉଛନ୍ତି । ସେ ଗୋଟିଏ ହାତରେ ତ୍ରିରଙ୍ଗା ଧରି ନାଚିଗାଇ ଉଠୁଛନ୍ତି ।

ସେ ଟ୍ୱିଟରରେ ଭିଡିଓ ସେୟାର୍ କରି କହିଛନ୍ତି , “ଲଦାଖ୍ ର ଲୋକ ପରିବେଶର ସଂରକ୍ଷଣ କରିବାରେ ବିଶ୍ୱାସ ରଖିଥାନ୍ତି । ଏହି କଥାକୁ ଧ୍ୟାନରେ ରଖି ଲଦାଖ୍ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ପାଇଲା ପରେ ମଧ୍ୟ ବାଣ ଫୁଟାଇ ସେଲିବ୍ରେସନ୍ କରାଗଲା ନାହିଁ । ଏହି ଭିଡିଓ ଲୋକଙ୍କୁ ଏକ ସାମାଜିକ ସଚେତନ ଦିଗ ଆଡକୁ ନେଇଯିବ ଯେ କିଭଳି ଇକୋ-ଫ୍ରେଣ୍ଡଲି ସେଲିବ୍ରେସନ୍ କରାଯାଇପାରିବ । ଆପଣଙ୍କୁ କହିରଖୁଛୁ ଜାମୟାଙ୍ଗ୍ ଲୋକସଭାରେ ୧୭ ମିନିଟ୍ ର ଏକ ଭାଷଣ କହି ଲୋକଙ୍କ ପ୍ରିୟ ସାଂସଦ ହୋଇଯାଇଥିଲେ ।