କନକ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ଟାହିଟାପରାକୁ ସହିପାରି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାରମ୍ବାର ପିଇଟି ଶିକ୍ଷୟତ୍ରୀଙ୍କ ଭର୍ତ୍ସନା ଛାତ୍ରୀଙ୍କୁ ଏତେ ବାଧିଲା ଯେ, ସ୍କୁଲ ପରିସରରେ ଥିବା ଦୁଇ ମହଲା କୋଠାରୁ ଡେଉଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ରେ । ଘଟଣାର ପ୍ରତିବାଦ କରିବା ସହ ସଂପୃକ୍ତ ପିଇଟି ଶିକ୍ଷୟିତ୍ରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ସ୍କୁଲର ଅଭିଭାବକ ସଂଘ । କ’ଣ ଥିଲା ଏହି ଆତ୍ମହତ୍ୟା ଉଦ୍ୟମ ପଛର ପୁରା କାହାଣୀ?
ଆହତ ଛାତ୍ରୀଙ୍କ ଏକ୍ସରେ ରିପୋର୍ଟର ଚିତ୍ର । ଦୁଇଟି ଗୋଡ଼ ଭାଙ୍ଗି ଯାଇଛି, ଛାତିରେ ଗଭୀର ଆଘାତ ବି ଲାଗିଛି । ଗୁରୁତର ଆହତ ଥିବା ଛାତ୍ରୀ ଜଣକ ବର୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ଏପଟେ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଅଭିଭାବକ ସଂଘ ।ଅଭିଭାବକମାନେ ଦାବି କରିଛନ୍ତି ଯେ, ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଅଭିଯୋଗ ଅନୁସାରେ-
- କେନ୍ଦ୍ରୀୟ ବିଦ୍ୟାଳୟ-୩ର ୮ଜଣ ଛାତ୍ରଛାତ୍ରୀ ମିଶି ଜନ୍ମଦିନ ପାଳନ କରିଥିଲେ
- ଏହି ଜନ୍ମଦିନ ପାଳନରେ ୪ଜଣ ଛାତ୍ରୀ ଏବଂ ୪ଜଣ ଛାତ୍ର ସାମିଲ ଥିଲେ
-ଏହି ଘଟଣାକୁ ନେଇ ସ୍କୁଲର ପିଇଟି ଶିକ୍ଷୟତ୍ରୀ ବାରମ୍ବାର ଅପଦସ୍ତ କରୁଥିଲେ
-ଏମିତି କି ଛାତ୍ରଛାତ୍ରୀଙ୍କ ଗାଳିଗୁଳଜ କରିବା ସହ ବିଭିନ୍ନ ଇଂଗିତ କରୁଥିଲେ
-ଏହି ଘଟଣାକୁ ନେଇ ଛାତ୍ରୀ ଜଣକ ମାନସିକ ଚାପରେ ଥିବା ଅଭିଯୋଗ ହୋଇଛି
ଗତ ଦୁର୍ଗା ପୂଜା ଛୁଟିରେ ପିଲାମାନେ ନିଜ ଘର ଲୋକଙ୍କ ଅନୁମତି ନେଇ ଜନ୍ମଦିନ ପାଳନ କରିଥିଲେ ସୁଦ୍ଧା ଏହି ଘଟଣାକୁ ନେଇ ଆକ୍ରୋଶ୍ ଭାବେ ରଖି ସ୍କୁଲର ପିଇଟି ଶିକ୍ଷୟିତ୍ରୀ ଏହି ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।
ବଡ଼ କଥା ହେଉଛି ଏହି ଘଟଣାକୁ ନେଇ ଜନ୍ମଦିନ ପାଳନରେ ସଂପୃକ୍ତ ସମସ୍ତ ଛାତ୍ରଛାତ୍ରୀ ଚାପରେ ଥିଲେ । ଆଉ ଶୁକ୍ରବାର ସ୍କୁଲ ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଆଂଚଳିକ କାର୍ଯ୍ୟାଳୟର ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ । ତେବେ ପ୍ରଶ୍ନ ହେଉଛି-
-ପରିବାର ଲୋକଙ୍କ ସହମତିରେ ପିଲାମାନେ ଜନ୍ମଦିନ ପାଳନ କଲେ, ଏଥିରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଅସୁବିଧା କେଉଁଠି ରହିଲା?
- ସ୍କୁଲ ସମୟ ବାହାରେ ଘଟିଥିବା ଏକ ଘଟଣାକୁ ନେଇ କାହିଁକି ଛାତ୍ରଛାତ୍ରୀଙ୍କୁ ଭତ୍ସନା କରୁଥିଲେ ସ୍କୁଲର ପିଇଟି ଶିକ୍ଷୟିତ୍ରୀ?