ନଦୀରେ ପାଣି ବଢିଲେ ବଢୁଛି ଭୟ । ବର୍ଷାସାରା ଜୀବନକୁ ବାଜି ଲଗାଇ କାଠ ପୋଲରେ ପାର ହେଉଛନ୍ତି ନଦୀପାର

280

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ପିଢି ପରେ ପଢି ଦୁର୍ଦ୍ଦଶା ଭୋଗୁଛନ୍ତି ଚାରିରୁ ଅଧିକ ଗାଁ ଲୋକେ । ବିକାଶରେ ବାଧକ ସାଜିଛି କୁଟୁରାପଡା ନାଳ । ବର୍ଷାସାରା ଜୀବନକୁ ବାଜି ଲଗାଇ କାଠପୋଲ ଉପରେ ନଦୀ ପାର ହେଉଛନ୍ତି ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଂଚାୟତରେ । ଏହି ନାଳ ଉପରେ ୪ଟି ଗାଁର ହଜାରରୁ ଅଧିକ ଲୋକେ ନିର୍ଭର କରିଥାନ୍ତି ।

କିନ୍ତୁ ଗାତ ହୋଇନପାରିବାରୁ ଲୋକେ ନିଜସ୍ୱ ଉଦ୍ୟମରେ ଗଛକାଟି ତାର ବାନ୍ଧି କାଠରେ ପୋଲ ତିଆରି କରିଛନ୍ତି । ଆଉ ବିପଦପୂର୍ଣ୍ଣ ଭାବରେ ନଦୀପାର ହେଉଛନ୍ତି । ବର୍ଷାଦିନରେ ବଢିପାଣି ଆସିଲେ ଜଳସ୍ତର ବଢିବା ଫଳରେ କାଠପୋଲ ଭାସିଯାଇଥାଏ । ଫଳରେ ଜଳସ୍ତର କମିବା ଯାଏଁ ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି । ଆଉ ପରେ ନିଜସ୍ୱ ଉଦ୍ୟମରେ ଗଛକାଟି ପୁଣି ନୂଆପୋଲ ତିଆରି କରନ୍ତି ।