କୁଳଭୂଷଣଙ୍କୁ ଫାଶି ମାମଲାରେ ପାକିସ୍ତାନକୁ ଆନ୍ତର୍ଜାତୀୟ ମଂଚରେ କରାଯିବ ଏକଘରକିଆ ! ଆଜି ଉଭୟ ଗୃହରେ ହେବ ଉପସ୍ଥାପନ

23

କନକ ବ୍ୟୁରୋ : କୁଳଭୂଷଣଙ୍କୁ ଭାରତୀୟ ଗୁପ୍ତଚର କହି ମୃତ୍ୟୁଦଣ୍ଡ ଶୁଣାଇଛି ପାକିସ୍ତାନୀ ସାମରିକ କୋର୍ଟ । ହେଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସାଜିଦ ମୁନିରଙ୍କୁ ଭାରତରେ ମିଳୁଛି ମର୍ଯ୍ୟାଦା । ଗୁଇନ୍ଦାଗିରି ଅଭିଯୋଗରେ ୧୨ ବର୍ଷ ଜେଲ ଭୋଗିବା ପରେ ଏହି ବ୍ୟକ୍ତିଙ୍କ ଦାୟିତ୍ୱ ନେଇଛି ଭୋପାଳ ପୋଲିସ । ଜେଲରୁ ମୁକୁଳିବା ପରେ ସାଜିଦଙ୍କୁ ପ୍ରତ୍ୟର୍ପଣ କରିବାକୁ ଚାହିଁଲା ନାହିଁ ପାକିସ୍ତାନ । ଆଉ ଗତ ୧୦ମାସ ହେଲା ଭୋପାଲ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ବ୍ରାଂଚ ନେଉଛି ଯତ୍ନ ।

ଜୁନ ୫ ତାରିଖରୁ ଏହି ବ୍ୟକ୍ତିଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସୁଖ, ସୁବିଧା ବୁଝୁଛି ଭୋପାଳ ପୋଲିସ । ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ସାଜିଦ କରାଚିରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା । ଆଉ ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଅଧିକାରୀ ତାକୁ ଭାରତରେ ଗୁଇନ୍ଦାଗିରିର ଅଫର ଦେଇଥିଲେ । ଏହାପରଠାରୁ ସେ ଭାରତରେ ରହି ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିଲା ।