ଆଜିଠାରୁ କୂଳଭୂଷଣଙ୍କୁ ମିଳିବ ଦୂତବାସର ସହାୟତା !

235

କନକ ବ୍ୟୁରୋ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କୁ ଆଜି ଠାରୁ ମିଳିବ ଦୂତାବାସ ସହାୟତା । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭିଏନା ଚୁକ୍ତି, ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତି ଓ ଦେଶର ଆଇନ ଆଧାରରେ ଏହି ନିଷ୍ପତି ନିଆଯାଇଥିବା ପାକିସ୍ତାନ କହିଛି । କୂଳଭୂଷଣଙ୍କୁ ଦୂତାବାସ ସହୟତା ଯୋଗାଇବାକୁ ଜୁଲାଇ ୧୭ରେ ଅନ୍ତର୍ଜାତୀୟ କୋର୍ଟ ପାକିସ୍ତାନକୁ କହିଥିଲେ । ଏହାପରେ ଅଗଷ୍ଟ ୧ରେ ମଧ୍ୟ କୂଳଭୂଷଣଙ୍କୁ କୂଟନୈତିକ ସହାୟତା କଥା କହିଥିଲା ପାକିସ୍ତାନ, ହେଲେ ଏଥିପାଇଁ କିଛି ସର୍ତ ରଖିଥିଲା, ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲା ଭାରତ ।

source: google.co.in

ବିନା କୌଣସି ସର୍ତରେ ପାକିସ୍ତାନ କୂଳଭୂଷଣଙ୍କୁ କନସୁଲାର ସହାୟତା ଦେଉ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ ଭାଷାରେ କହିଥିଲା । ଏବେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ଅଧିକାରୀ କୂଳଭୂଷଣଙ୍କୁ ସାକ୍ଷାତ କରିପାରିବେ ବୋଲି ଆଶା କରାଯାଉଛି । ଜୁଲାଇ ୧୭ରେ ୨୦୧୭ ଏପ୍ରିଲରେ ପାକିସ୍ତାନ କୋର୍ଟ କୂଳଭୂଷଣଙ୍କୁ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଆଦେଶ ଦେଇଥିଲେ । ଏହା ବିରୋଧରେ ଅନ୍ତର୍ଜାତୀୟ କୋର୍ଟ ଯାଇଥିଲା ଭାରତ ।

ମାମଲାର ବିଚାର ନସରିବା ପର୍ଯ୍ୟନ୍ତ ପାକିସ୍ତାନ କୂଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବନି ବୋଲି ଅନ୍ତର୍ଜାତୀୟ କୋର୍ଟ ସ୍ପଷ୍ଟଭାବେ କହିଥିଲେ । କୂଳଭୂଷଣଙ୍କ ବିରୋଧରେ ପାକିସ୍ତାନର ଗୁପ୍ତଚର ଅଭିଯୋଗକୁ ଭାରତ ଖଣ୍ଡନ କରିଆସିଛି । କୂଳଭୂଷଣ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ଓ ତାଙ୍କୁ ପାକିସ୍ତାନ ଇରାନରୁ ଅପହରଣ କରିନେଇଥିଲା ବୋଲି ନୂଆଦିଲ୍ଲୀ କହିଆସିଛି ।