ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଭୁବନେଶ୍ୱରରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ମିଳିତ ଉଦ୍ୟମରେ ୟୁନିଟ ୯ ସ୍ଥିତ ଭଗବତୀ ବସ୍ତିରୁ ଆରମ୍ଭ ହୋଇଛି ଏହି ଅଭିଯାନ । ରାଜ୍ୟବ୍ୟାପି ଏହି ଅଭିଯାନ ୨ ମାସ ଧରି ଚାଲିବ । କଟକରେ ମଧ୍ୟ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଉତ୍କଳ ଦିବସ ଅବସରରେ ଏହି ଅଭିଯାନ ଆରମ୍ଭ କରିଛି କଂଗ୍ରେସ ।
କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ:୨ ମାସ ଧରି ଚାଲିବ ସଭ୍ୟ ସଂଗ୍ରହ
/kanak/media/post_attachments/wp-content/uploads/2016/04/congress-3.png)