ଏଜୁକେସନ୍ ସିଟି ରଚିଲା ଇତିହାସ : ଦେଶର କୋଣ-ଅନୁକୋଣରୁ ଆସିଥିବା ୩୦ହଜାର ପିଲା ଏକସଙ୍ଗେ ଜାତୀୟ ସଙ୍ଗୀତ ଗାନ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

122

ସ୍ୱତନ୍ତ୍ରତା ଦିବସ ଅବସରରେ ଶିକ୍ଷାର ସହର କୋଟାର ଛାତ୍ରମାନେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଓ ଏହି ରେକର୍ଡ ଏକ ସାଥିରେ ୩୦ ହଜାର ଛାତ୍ରଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରିବା । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀ ଏକ ସାଙ୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରୁଥିବା ନଜର ଆସିଲେ । ସମସ୍ତ ଛାତ୍ରଛାତ୍ରୀ ଏକ ସାଥିରେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଓ ଖୁସିର ସନ୍ଦେଶ ଦେଲେ । ଏହା ସହିତ ଏକତାର ମଧ୍ୟ ସନ୍ଦେଶ ଦେଲେ । ଏଜୁକେସନ୍ ସିଟିରେ ଯେପର୍ଯ୍ୟନ୍ତ ନଜର ଯାଉଥିଲା ସେତେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ହିଁ ନଜର ଆସୁଥିଲେ । ସେମାନେ ସ୍ୱତନ୍ତ୍ରତା ଦିବସରେ ଏକ ବିଶ୍ୱ ରେକର୍ଡ କାଏମ କଲେ ।

ସୂଚନା ମୁତାବକ, ଦେଶର ସ୍ୱାଧୀନତାର ପର୍ବ ହୋଇଥିବାରୁ ଛାତ୍ରଛାତ୍ରୀ ଏହି ଦିନରେ ନିଜର ଭୂମିକା ନିର୍ବାହ କଲେ । ଏମାନେ ହେଉଛନ୍ତି ଦେଶର କୋଣ-ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ ଓ ପାଖାପାଖି ୩୦ ହଜାର ଛାତ୍ରଛାତ୍ରୀ ଏକସଙ୍ଗରେ ଜାତୀୟ ସଙ୍ଗୀତ ଗାନ କଲେ । ଗୋଟିଏ ସୁର-ଲୟ-ତାଳରେ ଛାତ୍ରଛାତ୍ରୀ ଦେଶର ରାଷ୍ଟ୍ରଗୀତ ଗାଉଥିବା ନଜର ଆସିଥିଲେ । ଏହା ରେକର୍ଡ ବନିଲା ଯାହାକୁ ଗୋଲ୍ଡେନ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ପଂଜିକୃତ କରାଗଲା ।

ଏହା ପୂର୍ବରୁ ଏହି ରେକର୍ଡ ଏଜୁକେସନ୍ ସିଟି କୋଟା ର ନାଁରେ ହିଁ ଥିଲା । ଗତ ବର୍ଷ ଏକ ସାଥିରେ ୨୫ ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ , ଯାହା ଗୋଲ୍ଡେନ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସାମିଲ ହୋଇଥିଲା । ଏଥର ୩୦ ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରଗୀତ ଗାନ କରି କୋଟାର ହିଁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କାଏମ କଲେ ।