ଭାରତରେ ହୋଟେଲ୍ କରି ଭାରତୀୟ କର୍ମଚାରୀଙ୍କୁ ହିଁ ପ୍ରତିଦିନ ପିଟୁଥିଲା ବିଦେଶୀ ମାଲିକ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ ,ଦେଖନ୍ତୁ ଭିଡିଓ

570

ଭାରତରେ ଗେଷ୍ଟ୍ ହାଉସ୍ ଚଲାଉଥିବା ଜଣେ ବିଦେଶୀ ମାଲିକଙ୍କ ନିଜ ଭାରତୀୟ କର୍ମଚାରୀଙ୍କୁ ମାରପିଟ୍ କରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି । କୋରିୟାର ଏହି ବ୍ୟକ୍ତିଙ୍କ ନାଁ ହେଉଛି ୱନ୍-ଜି-ମୁନ୍ । ତାମିଲନାଡୁର ଥଣ୍ଡାଲମ୍ ଗେଷ୍ଟ୍ ହାଉସ୍ ର ମାଲିକ ହେଉଛନ୍ତି ୱନ୍-ଜି-ମୁନ୍ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ସେ ଉତ୍ତର -ପୂର୍ବ ଅଞ୍ଚଳର ଷ୍ଟାଫ ସଦସ୍ୟଙ୍କ ସହ ମାରପିଟ୍ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ମାଲିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯାଇଛି ।

ଉତ୍ତର -ପୂର୍ବ ଅଞ୍ଚଳର ଛାତ୍ରମାନଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଜେଲିଆନଗ୍ରୋଙ୍ଗ୍ ଷ୍ଟୁଡେଣ୍ଟ୍ ୟୁନିୟନ୍ ଏବଂ ଚେନ୍ନାଇର ପ୍ରେସିଡେଣ୍ଟ୍ ପି. ଆର୍ ପନମେଇ ଘଟଣାର ଭିଡିଓ ଫେସବୁକ୍ ରେ ସେୟାର୍ କରିଥିଲେ । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ପନମେଇ କହିଛନ୍ତି ଗେଷ୍ଟହାଉସ୍ କର୍ମଚାରୀ ତାଙ୍କୁ ଏହି ଭିଡିଓଟି ସେୟାର୍ କରିଥିଲେ । ତାଙ୍କୁ ପୂର୍ବରୁ ଏହି ସୁଚନା ମିଳିଥିଲେ ହେଁ ପ୍ରମାଣ ନ ଥିବାରୁ ସେ କୌଣସି ପଦକ୍ଷେପ ନେଇପାରୁନଥିଲେ । ଏତଲାରେ ଅଭିଯୁକ୍ତ ୱନ୍-ଜି-ମୁନ୍ କୁ ୱନ୍ ହୋଟେଲ୍ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର କୁହାଯାଇଛି । ହୋଟେଲରେ କାମ କରୁଥିବା କର୍ମଚାରୀ କିଟୋ ଝିମୋମି ଥାନାରେ ଏତଲା ଦେଇ ମୁନ୍ ଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଲଗାଇଛନ୍ତିି । ଏମିତିକି ଅଭିଯୁକ୍ତ ପ୍ରତିଦିନ ରାତିରେ ମଧ୍ୟ ମଦ ପିଇ କର୍ମଚାରୀଙ୍କୁ ମାରପିଟ୍ କରୁଥିଲା ।