ଶ୍ରୀକ୍ଷେତ୍ରର କୋଇଲି ବୈକୁଣ୍ଠ, ମହାପ୍ରଭୁଙ୍କ ସମାଧିପୀଠ…ସଞ୍ଜ ନଇଁଲେ ଆରମ୍ଭ ହୋଇଯାଏ ଦେବତାଙ୍କ ସଭା…ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଯାଏ କଟକଣା

2,055

କନକ ବ୍ୟୁରୋ: ବିଶ୍ୱ ନିଅନ୍ତା କାଳିଆ ସାଆନ୍ତ । ମହାପ୍ରଭୁଙ୍କ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥାଏ ମାନବୀୟ ନିଳାରେ । ଯେଭଳି ଭାବରେ ନବକଳେବର ସମୟରେ ମହାପ୍ରଭୁଙ୍କ ଘଟପରିବର୍ତ୍ତନ ହୋଇଥାଏ । ଆଉ ଏହି ନୀତି କୋଇଲି ବୈଠକରେ ସମାହିତ କରାଯାଇଥାଏ । ତେବେ ଏହି କୋଇଲି ବୈକୁଣ୍ଠର ମଧ୍ୟ ସ୍ୱତନ୍ତ୍ରତା ରହିଛି । ଏବଂ ଏହାର ମଧ୍ୟ ସ୍ୱତନ୍ତ୍ର ମହାତ୍ମ ରହିଛି । ମହାପ୍ରଭୁଙ୍କ ମର୍ତ୍ତ୍ୟ ବୈକୁଣ୍ଠ ହେଉଛି ନିଳାନ୍ଦ୍ରୀ କ୍ଷେତ୍ର, ଶଂଖ କ୍ଷେତ୍ର । ଏଠି ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ କଣିକାର ରହିଛି ମହତ୍ୱ । ତେବେ ଏହି କୋଇଲି ବୈକୁଣ୍ଠ ବା କୈବଲ୍ୟ ବୈକୁଣ୍ଠ ମହାପ୍ରଭୁଙ୍କର ସମାଧୀ ସ୍ଥଳ ଯାହାର ଜାଗାରଖା ଦାୟିତ୍ୱରେ ବର୍ତ୍ତମାନ ବୈକୁଣ୍୍େଠଶ୍ୱର ମହାଦେବ ଅଛନ୍ତି । ତେବେ ମହାପ୍ରଭୁଙ୍କ ଏହି ସମାଧିସ୍ଥଳର ପ୍ରଚ୍ଛଦ୍ୟପଟ୍ଟର ଏକ କାହାଣୀ ରହିଛି ।

ନାନାଦି ପୁଷ୍ପ ମାଳରେ ପରିପୂର୍ଣ୍ଣ ଏହି ଉପବନରେ ମହାପ୍ରଭୁ ନେଇଥାନ୍ତି ଅନ୍ତିମ ବିଶ୍ରାମ । ଅର୍ଥାତ୍ ଯେତେବେଳେ ମହାପ୍ରଭୁଙ୍କର ନବକଳେବର ସମାହିତ ହୋଇଥାଏ ସେତେବେଳେ ମହାପ୍ରଭୁଙ୍କର ଯେଉଁ ପୂରାତନ କଳେବର ତଥା ଶରୀରକୁ ଏଠାରେ ସମାଧୀସ୍ଥ କରାଯାଇଥାଏ । ଆଉ ଏହାକୁ କୈବଲ୍ୟ ବୈକୁଣ୍ଠ ବୋଲି କୁହାଯାଏ । ସେହିଭଳି ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁଙ୍କ ମର୍ତ୍ତ୍ୟ ବୈକୁଣ୍ଠ କିନ୍ତୁ ବୈକୁଣ୍ଠାଦିପତି ଯେଉଁଠାରେ ବିଶ୍ରାମ ନେଇଥାନ୍ତି ସେ ହେଲା କୈବଲ୍ୟ ବୈକୁଣ୍ଠ । ତେବେ ଏହି କୈବଲ୍ୟ ବୈକୁଣ୍ଠର ବହୁତ ମହତ୍ୱ ରହିଛି ।

ବିଶ୍ୱାସ ରହିଛି ଯେ, କୈବଲ୍ୟ ବୈକୁଣ୍ଠର ମାଟି ବା ଧୂଳି ସାଧାରଣତଃ ବାସ୍ତୁଶାସ୍ତ୍ରରେ ଯଦି କୌଣସି ପ୍ରକାରର ଖରାପ ଥାଏ କିମ୍ବା ଦୋଷ ଥାଏ ତେବେ ଜ୍ୟୋତିର୍ବିଦ୍ ମାନେ ମହାପ୍ରଭୁଙ୍କ ସମାଧିପୀଠର ମାଟି ଆଣି ଏଠାରେ ସ୍ଥପାନ କରିବାକୁ ପରାମର୍ଶ ଦେଇଥାନ୍ତି । ସେହିଭଳି ମହାପ୍ରଭୁଙ୍କ ଏହି ସମାଧୀପୀଠରେ ସୃଷ୍ଟି ହୋଇଥାଏ ଅଲୌକିକ ବାତାବରଣ । ଯେଉଁଠି କି ସଂଧ୍ୟା ସମୟରେ ବିଶ୍ୱର କୋଣ ଅନୁକୋଣରୁ ବହୁ ଦେବାଦେବୀମାନେ ଆସି ଉପବେଶନ କରିଥାନ୍ତି । ସଭା କରିଥାନ୍ତି । ଯେଉଥି ପାଇଁ ଏଠାରେ ଥିବା ଉତ୍ତର ଦ୍ୱାରକୁ ସଂଧ୍ୟାପରେ ସାଧାରଣତଃ ବନ୍ଦ କରିଦିଆଯାଏ । ସେହିଭଳି ଏଠାରେ ଜନସୃତି ରହିଛି । ସମସ୍ତ ପ୍ରକାରର ଅଶରୀର ଆତ୍ମାମାନେ , ଦେବାଦେବୀ ମାନେ ଶୀତଳାଙ୍କ ପ୍ରକୋଷ୍ଠରେ ଏବଂ ସେହି କୋଇଲି ବୈକୁଣ୍ଠରେ ଉପବେଶନ କରିଥାନ୍ତି । ତେଣୁ ଏଠାକୁ ସଂଧ୍ୟାପରେ ପ୍ରବେଶ ନିଷେଧ ।