ତୈଳାକ୍ତ ତ୍ୱଚା ଏବଂ ମୁଖ କୁଞ୍ଚନରୁ ଦୂରେଇ ରଖିବ ଧନିଆପତ୍ର ! ଘରେ ଧନିଆପତ୍ରର ଫେସପ୍ୟାକ୍ ପ୍ରସ୍ତୁତ କରିବାର ବିଧି ଜାଣନ୍ତୁ ଏବଂ ତୈଳାକ୍ତ ତ୍ୱଚାରୁ ମୁକ୍ତି ପାଆନ୍ତୁ ।

5,369

ପ୍ରତିଦିନର ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ରର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ,ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟତ୍ତ୍ୱଚର ପାଇଁ ରାମବାଣ ପରି କାମ କରିଥାଏ । ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍ ତତ୍ତ୍ୱ ଥାଏ ଯାହା ସ୍କିନ୍ ଇନଫେକ୍ସନ୍ ହେବାରୁ ବଂଚାଇଥାଏ । ଏତଦ୍ ବ୍ୟତୀତ ବଢୁଥିବା ବୟସର ପ୍ରଭାବକୁୁ ବି ଦୂର କରିବା ପାଇଁ ଏହା ଖୁବ୍ ସାହାଯ୍ୟ କରିଥାଏ । ତୈଳାକ୍ତ ତ୍ୱଚା ପାଇଁ ଧନିଆ ପତ୍ର ଖୁବ୍ ଲାଭକାରୀ ହୋଇଥାଏ । ଏହା ତ୍ୱଚାରୁ ଅତିରିକ୍ତ ତୈଳକୁ ଶୁଖାଇ ଦେଇଥାଏ । ଏହି କାରଣରୁ ଚେହେରାରେ ଦାଗ , କୁଞ୍ଚନ ମଧ୍ୟ ପଡିନଥାଏ ।

ଧନିଆରୁ ପ୍ରସ୍ତୁତ ଫେସପ୍ୟାକ୍ ତ୍ୱଚା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଚେହେରାକୁ ଉଜ୍ଜଳ ଏବଂ ଅଏଲ୍ ଫ୍ରି କରିବା ପାଇଁ ଧନିଆରେ ପତ୍ରକୁ ବାଟି ଏଥିରେ ଘିକୁଆଁରୀ ରସ ଏବଂ ଲେମ୍ବୁ ଭଲ ଭାବେ ମିଳାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବେ ଚେହେରାରେ ଲଗାଇ ଦିଅନ୍ତୁ । ଏହି ମିଶ୍ରଣକୁ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡିଦିଅନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇନିଅନ୍ତୁ । ଏହି ପ୍ୟାକ୍ ରେ ମୁଖକୁଞ୍ଚନ ପଡିନଥାଏ । ଧନିଆକୁ ଚାଉଳ ଗୁଣ୍ଡ ସହ ମିଶାଇ ଲଗାଇଲେ ମଧ୍ୟ ଫାଇଦା ମିଳିଥାଏ । ଏହା ତ୍ୱଚା ପାଇଁ ଏକ୍ସଫୋଲିଏଟର୍ ଭଳି କାମ କରିଥାଏ । ୧ କପ୍ ଧନିଆ ପତ୍ର ବାଟି ଏଥିରେ ୨ ଚାମଚ ଚାଉଳ ଗୁଣ୍ଡ ଏବଂ ଗୋଟିଏ ଲେମ୍ବୁ ମିଶାନ୍ତୁ ଏବଂ ଚେହେରାରେ ଲଗାଇ ଶୁଖିଲା ପରେ ଧୋଇ ନିଅନ୍ତୁ ।