ଟ୍ରେନରେ ଅଧିକ ଜିନିଷପତ୍ର ନେଇ ଯାତ୍ରା କରିବା ପଡିପାରେ ମହଙ୍ଗା : ଦେବାକୁ ପଡିପାରେ ଜରିମାନା ! ଜାଣନ୍ତୁ ଲଗେଜ୍ ପାଇଁ ରେଳବାଇରେ କ’ଣ ରହିଛି ନିୟମ ?

44

ଟ୍ରେନରେ ଯାତ୍ରା କରିବା ସମୟରେ ଅଧିକ ଜିନିଷପତ୍ର ନେଇ ଯାଆନ୍ତୁନି । ଏମିତି କରିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । ଭାରତୀୟ ରେଳରେ ଲଗେଜ୍ କୁ ନେଇ କିଛି ନିୟମ ଅଛି । ପ୍ରତ୍ୟେକ ଯାତ୍ରୀ ଏହା ଅଧିନରେ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ନିଃଶୁଳ୍କ ଜିନିଷ ନେଇ ଯାଇପାରିବେ । କିନ୍ତୁ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଜିନିଷ ନେଲାବେଳେ ଯଦି କେହି ଧରାପଡନ୍ତି, ତେବେ ତା’ ଠାରୁ ଜରିମାନା ରୂପରେ ଅତିରିକ୍ତ ଜିନିଷ ପାଇଁ ଦାମ ବସୁଲ କରାଯାଏ । ଭାରତୀୟ ରେଳ ଏଥିପାଇଁ ଟ୍ରେନରେ ବଗି ହିସାବରେ ମାଗଣାରେ ସାମାନ୍ ନେବାର ସୀମା ନିର୍ଦ୍ଧାରିତ କରି ରଖିଛି ।

ଭାରତୀୟ ରେଳ ଅତିରିକ୍ତ ସାମାନ୍ ବୁକ୍ କରି ନେବାର ସୁବିଧା ବି ଦିଏ । କିନ୍ତୁ ଅତିରିକ୍ତ ଲଗେଜ୍ ପାଇଁ ଯାତ୍ରୀଙ୍କୁ ଉପଯୁକ୍ତ ଲଗେଜ୍ ରେଟ୍ ଠାରୁ ଦେଢ଼ ଗୁଣ ଅଧିକ ମୂଲ୍ୟ ଦେବାକୁ ପଡିବ । ଜାଣି ରଖନ୍ତୁ ଟ୍ରେନରେ ଲଗେଜ୍ ନେବା ଆଣିବା ସହିତ ଜଡିତ ରେଳବାଇର ନିୟମ କ’ଣ କହେ ?

• ଭାରତୀୟ ରେଳବାଇର ୱେବସାଇଟ୍ indianrail.gov.in ମୁତାବକ, ଏସି ଫାଷ୍ଟ କ୍ଲାସରେ ଜଣେ ଯାତ୍ରୀ ୭୦ କିଲୋ ପର୍ଯ୍ୟନ୍ତ ଜିନିଷ ମାଗଣାରେ ନେଇପାରିବେ । ଯେବେକି ମୋଟ୍ ୧୫୦ କିଲୋ ଲଗେଜ୍ ସେମାନଙ୍କୁ ନେଇ କି ଯିବା ପାଇଁ ଅନୁମତି ଥାଏ । ଏସି ୨ ଟିଅର ସ୍ଳିପର୍/ ଫାଷ୍ଟ କ୍ଲାସରେ ପ୍ରତ୍ୟେକ ଯାତ୍ରୀ ୫୦ କିଲୋ ପର୍ଯ୍ୟନ୍ତ ସାମାନ୍ ନେଇପାରିବେ, ଯେବେକି ୧୦୦ କିଲୋ ପର୍ଯ୍ୟନ୍ତ ନେଇଯାଇପାରିବେ ।

• ସେଇଠି, ଏସି -୩ଟିଅର ସ୍ଲିପର୍/ ଏସି ଚେୟାର୍ କାରରେ ମାଗଣାରେ ୪୦ କିଲୋ ପର୍ଯ୍ୟନ୍ତ ଜିନିଷ ଓ ସର୍ବାଧିକ ସାମାନ୍ ନେଇକି ଯିବାର ସୀମା ୪୦ କିଲୋ ଅଛି । ସ୍ଲିପର୍ କ୍ଲାସ୍ ରେ ମାଗଣାରେ ୪୦ କିଲୋ ସାମାନ୍ ଓ ଦ୍ୱିତୀୟ ଶ୍ରେଣୀରେ ପ୍ରତ୍ୟେକ ଯାତ୍ରୀଙ୍କୁ ୩୫ କିଲୋ ପର୍ଯ୍ୟନ୍ତ ସାମାନ୍ ନେଇକି ଯିବାର ସୁବିଧା ମିଳେ । ବାକିର ବିବରଣୀ ରେଳବାଇର ୱେବସାଇଟରେ ଉପଲବ୍ଧ ।