ଚାଷ କରି ଭଲ ଆୟ କରିବାକୁ ଚାହୁଁଛନ୍ତି କି ? ଅମୃତଭଣ୍ଡା ଚାଷ ଏକ ଭଲ ବିକଳ୍ପ ହୋଇପାରେ !

182

କ୍ଷେତରୁ ଭଲ ଆୟ ପାଇଁ ଅମୃତଭଣ୍ଡା ଏକ ଭଲ ବିକଳ୍ପ ହୋଇପାରେ । ପରିସ୍ଥିତି ଅନୁଯାୟୀ ମାର୍କେଟକୁ ଆସିଥିବା ହାଇବ୍ରିଡ ଅମୃତଭଣ୍ଡାରୁ ଅଧିକ ପୁଞ୍ଜି ଆୟ କରିବା ଏବେ ସହଜ ହୋଇପାରୁଛି । ଅମୃତଭଣ୍ଡାର ବିଶେଷତା ଏହାଯେ ଏହାର ଫସଲ ଶୀଘ୍ର ହୋଇଥାଏ ଏବଂ ବର୍ଷକ ମଧ୍ୟରେ ଫସଲ ଦେବା ଆରମ୍ଭ କରିଥାଏ । ଗୋଟିଏ ଫସଲରୁ ହିଁ ଆପଣ ୩ବର୍ଷ ପର୍ଯ୍ୟନ୍ତ ଏହାର ଲାଭ ପାଇପାରିବେ । ଆସନ୍ତୁ ଜାଣିବା ଅମୃତଭଣ୍ଡା ଫସଲ ଏବଂ ଏହାଦ୍ୱାରା ହେଉଥିବା ଆୟ ସମ୍ପର୍କିତ କିଛି ତଥ୍ୟ –

ଭାରତର ପ୍ରତ୍ୟେକ ସ୍ଥାନରେ ହୋଇପାରିବ ଅମୃତଭଣ୍ଡା ଚାଷ
ଅମୃତଭଣ୍ଡା ଚାଷ ପାଇଁ ଭାରତ ହେଉଛି ଉପଯୁକ୍ତ ଦେଶ । ଏହାକୁ ଅଧିକତଃ ୩୮ରୁ ୪୪ଡିଗ୍ରୀ ସେଲସିୟସରେ ପର୍ଯ୍ୟନ୍ତ ତାପମାତ୍ରାରେ ଫସଲ କରାଯାଇଥାଏ । ଏହିପରି ତାପମାତ୍ରା କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ । ଅମୃତଭଣ୍ଡା ଚାଷ ପାଇଁ ନ୍ୟୁନତମ ତାପମାତ୍ରା ୫ଡ଼ିଗ୍ରୀ ହେବା ଜରୁରୀ ଅର୍ଥାତ୍ ଆପଣ ପାହାଡିଆ ଅଂଚଳରେ ମଧ୍ୟ ଏହାକୁ ଚାଷ କରିପାରିବେ । ତେଣୁ ଆପଣ ଭାରତର କୌଣସି ସ୍ଥାନରେ ଆପଣ ଅମୃତଭଣ୍ଡା ଫସଲ କରିପାରିବେ । ଦେଶୀ ଏବଂ ବିଦେଶୀ ଦୁଇ ପ୍ରକାରର ଅମୃତଭଣ୍ଡା ଆପଣ ବଜାରରେ ପାଇପାରିବେ । ଅମୃତଭଣ୍ଡାର ଅନେକ ଭେରାଇଟିର ଚାରା ବିକଶିିତ ହୋଇଗଲାଣି ।

ଆଲ୍ଲାହାବାଦସ୍ଥିତ ରାମପୁର ଗ୍ରାମରେ ଅମୃତଭଣ୍ଡା ଫସଲ କରୁଥିବା ହର୍ଷେଶ ଓଝାଙ୍କ ମତ ଅନୁସାରେ ଅମୃତଭଣ୍ଡାର ଏକ ସୁସ୍ଥ ଗଛ ଆପଣଙ୍କୁ ଏକ ସମୟ ମଧ୍ୟରେ ୪୦କିଲୋ ପର୍ଯ୍ୟନ୍ତ ଫଳ ଦେଇଥାଏ । ହର୍ଷେଶଙ୍କ ମତାନୁସାରେ, ଆପଣ ଦୁଇଟି ବୃକ୍ଷ ମଧ୍ୟରେ ୬ଫୁଟର ଅନ୍ତର ରଖିବା ଜରୁରୀ ଏବଂ ଏହି ହିସାବ ମୁତାବକ ଆପଣ ଗୋଟେ ହେକ୍ଟର ମଧ୍ୟରେ ପାଖାପାଖି ୨୨୫୦ଟି ଗଛ ଲଗାଇପାରନ୍ତି । ଏହି ହିସାବରେ ଆପଣଙ୍କ ଏକ କାଳ ମଧ୍ୟରେ ଏକ ହେକ୍ଟର ଅମୃତଭଣ୍ଡା ଫସଲରେ ୯୦୦କ୍ୱିଂଟାଲ ଅମୃତଭଣ୍ଡା ଉତ୍ପାଦନ କରିପାରିବେ ।

ଚାଷ ବେଳେ ଏହି ସାବଧାନତା ଜରୁରୀ
ହର୍ଷେଶଙ୍କ ମୁତାବକ, ଅମୃତଭଣ୍ଡା ଗଛ ଅତ୍ୟନ୍ତ ସୁକ୍ଷ୍ମ ଅଟେ, ଏହାଯୋଗୁଁ ଆଖପାଖ ତାପମାତ୍ରା ଉପରେ ବିଶେଷ ଧ୍ୟାନ ଦେବେ । ଗରମ ଦିନରେ ହେଉଥିବା ଲୁ ବାୟୁ ଏବଂ ଶୀତଦିନେ ତୁଷାରପାତ ଅମୃତଭଣ୍ଡା ପାଇଁ କ୍ଷତିକାରକ ହୋଇଥାଏ । ଏଥିରୁ ରକ୍ଷାପାଇଁ କ୍ଷେତରେ ଉତ୍ତର, ପଶ୍ଚିମରେ ପବନର ଦିଗକୁ ରୋକିବା ଲାଗି ବନ୍ଦୋବସ୍ତ କରିବା ଜରୁରୀ । ପାଣି ଲାଗିବାଦ୍ୱାରା କଲର ରଟ ରୋଗ ଭଳି ସମସ୍ୟା ହେବାର ସମ୍ଭାବନା ରହିଥାଏ ।

ଅମୃତଭଣ୍ଡା ଚାଷଦ୍ୱାରା ଏକ ହେକ୍ଟର ଜମିରେ ଗୋଟିଏ ସମୟରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ହର୍ଷେଶଙ୍କ କହିବାନୁସାରେ ଏକ କ୍ୱିଂଟାଲକୁ ଆପଣ ୧୫୦ଟଙ୍କା ପାଇପାରିବେ । ଏହି ହିସାବ ମୁତାବକ ଆପଣ ୧୩.୫ଲକ୍ଷ ଟଙ୍କାର ଫସଲ କରିଥାନ୍ତି । ତାଙ୍କ କହିବାନୁସାରେ ଏକ ହେକ୍ଟର କ୍ଷେତରେ ଆପଣ ପାଖାପାଖି ୩ଲକ୍ଷ ଟଙ୍କା ଆୟ କରିପାରିବେ । ଏହାସହ ଆପଣଙ୍କୁ ମଂଜି ସକାଶେ ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ୩୦ହଜାର ଅନ୍ୟ ଖର୍ଚ୍ଚ ତୁଲାଇ ମଧ୍ୟ ଆପଣ ପାଖାପାଖି ୧୦ଲକ୍ଷ ଟଙ୍କା ଆୟ କରିପାରିବେ ।

ମଂଜିର ଯତ୍ନ ନିଅନ୍ତୁ:
ହର୍ଷେଶଙ୍କ କହିବା ମୁତାବିକ ଭଲ ମଂଜିର ଦର ଟିକେ ଅଧିକ ଥାଏ । ଭଲ ବୀଜ ୨୮୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ପଡିଥାଏ । ୧୦ଗ୍ରାମରେ ପାଖାପାଖି ୭୦୦ବୀଜ ରହିଥାଏ । ରୋପଣ ଠାରୁ ନେଇ ଗଛ ଉଠିବା ପର୍ଯ୍ୟନ୍ତ ୫୦ପ୍ରତିଶତ ବୀଜ ନଷ୍ଟ ହୋଇଯାଇଥାଏ । ତେଣୁ ବୀଜର ଖାସ୍ ଧ୍ୟାନ ହେବା ଉଚିତ ।

କାହାସହ ସମ୍ପର୍କ କରିବେ :
ଯଦି ଆପଣ ଅମୃତଭଣ୍ଡା ଫସଲ କରିବାପାଇଁ ଚାହୁଛନ୍ତି ତେବେ ନିଜ ରାଜ୍ୟର କୃଷି ବିଜ୍ଞାନ କେନ୍ଦ୍ର ସହ ସମ୍ପର୍କ କରନ୍ତୁ । ଏହାଛଡା ଆପଣ ବ୍ଲକ ଏବଂ ଜିଲ୍ଲା ବିକାଶ ଅଧିକାରୀ କାର୍ଯ୍ୟାଳୟରେ ସମ୍ପର୍କ କରନ୍ତୁ ଏବଂ ଏହାଛଡା ଆପଣ ବଜାରରେ ଚାରା ମିଳୁଥିବା ଦୋକାନରୁ ମଧ୍ୟ ଫସଲ ସମ୍ବନ୍ଧିତ ଅନେକ ତଥ୍ୟ ପାଇପାରିବେ । ୧୮୦୦-୧୮୦-୧୫୫୧ ରେ ଫୋନକରି ମଧ୍ୟ ଅନେକ ତଥ୍ୟ ପାଇପାରିବେ ।