ଆପଣଙ୍କ ପିଏଫ ଖାତାରେ କେତେ ଟଙ୍କା ଅଛି ଜାଣିବାକୁ ଚାହୁଁଛନ୍ତି କି ? ଏହି ନମ୍ବରରେ ମେସେଜ କିମ୍ବା ମିସ କଲ୍ କରନ୍ତୁ ।

79

ପିଏଫ ଟଙ୍କା ରୋଜଗାରର ଏକ ବଡ ଅଂଶ ଅଟେ । ଭବିଷ୍ୟନିଧି ଖାତାରେ ଚାକିରି କରିଥିବା ଲୋକମାନଙ୍କର ଦରମାରୁ ପ୍ରତିମାସ କିଛି ଅଂଶ କଟାଯାଇ ରଖାଯାଇଥାଏ । କିନ୍ତୁ ପିଏଫ ଟଙ୍କାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ । ଯେପରିକି ମାସିକ କେତେ ଟଙ୍କା ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା ହେଉଛି, ଏବଂ ସେଥିରେ କମ୍ପାନୀ କେତେ ଟଙ୍କା ଜମା କରୁଛି । ଏବଂ ଉପସ୍ଥିତ ସମୟରେ ସମୁଦାୟ କେତେ ଟଙ୍କା ଆପଣଙ୍କ ଆକାଉଣ୍ଟରେ ରହିଛି । ଏଣିକି ଆପଣ ଫିଚର୍ସ ଫୋନ ଜରିଆରେ ଅତି ସହଜରେ ଏବାବଦରେ ଜାଣିପାରିବେ ।

ଏବେ ଆପଣ ଗୋଟିଏ ମିସ କଲ ଦେଇ ଆପଣଙ୍କ ପିଏଫ ଆକାଉଣ୍ଟର ସମସ୍ତ ତଥ୍ୟ ମୋବାଇଲରେ ପାଇପାରିବେ । ଆଉ ଏଥିପାଇଁ ଇପିଏଫଓ ୦୧୧-୨୨୯୦୧୪୦୬ ନମ୍ବର ଜାରି କରିଛି । ଆପଣଙ୍କୁ କେବଳ ଆପଣଙ୍କର ରେଜିଷ୍ଟର ଥିବା ମୋବାଇଲ ନମ୍ବରରୁ ଏକ ମିସ କଲ୍ ଦେବା ପାଇଁ ପଡିବ । ଆପଣ କଲ କରିବା ମାତ୍ରେ କିଛି ସମୟ ରିଙ୍ଗ ହେବା ପରେ କଲଟି କଟିଯିବ । ଆଉ କିଛି ସମୟ ମଧ୍ୟରେ ଖାତାର ସମ୍ପୂର୍ଣ୍ଣ ବିବରଣୀ ମେସେଜ ମାଧ୍ୟମରେ ଆପଣଙ୍କ ମୋବାଇଲରେ ପହଞ୍ଚିଯିବ ।

ମିସ କଲ୍ ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ପିଏଫ ବାଲାନ୍ସ ଚେକ୍ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଆପଣଙ୍କ ରେଜିଷ୍ଟର ଥିବା ମୋବାଇଲ ନମ୍ବରରୁ ‘EPFOHO UAN’ ଲେଖି ୭୭୩୮୨୯୯୮୯୯ରେ ଏସଏମଏସ ପଠାଇବାକୁ ପଡିବ । କିଛି ସମୟ ମଧ୍ୟରେ ଆପଣ ଆପଣଙ୍କର ପିଏଫ ଖାତାର ସମ୍ପୂର୍ଣ୍ଣ ବିବରଣୀ ବାବଦରେ ଜାଣିପାରିବେ । ଏହି ସୁବିଧା ୧୦ଟି ଭାଷା ଇଂଲିସ, ହିନ୍ଦି, ପଞ୍ଜାବୀ, ଗୁଜୁରାଠି, ମରାଠି, କନ୍ନଡ, ତେଲୁଗୁ, ତାମିଲ, ମାଲାୟଲମ୍ ଏବଂ ବଙ୍ଗଳା ଭାଷାରେ ଉପଲବ୍ଧ ଅଟେ ।