ଗଙ୍ଗାକୁ ଅପରିଷ୍କାର କରିବା ପଡିବ ମହଙ୍ଗା ! ୨ ବର୍ଷ ଜେଲ ଦଣ୍ଡ ସହିତ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା ଜୋରିମାନା ।

46

ଗଙ୍ଗା, ଯାହାକୁ ଭାରତର ଏକ ପବିତ୍ର ନଦୀ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗା ମହାଦେବଙ୍କ ଜଟାରୁ ବାହାରିଛି । ଏହି ନଦୀରେ ସ୍ନାନ କଲେ ଲୋକଙ୍କୁ ପୁର୍ଣ୍ଣ ମିଳିଥାଏ । ତେଣୁ ଅନେକ ସମୟରେ ହିନ୍ଦୁମାନେ ଏହି ପବିତ୍ର ନଦୀରେ ସ୍ନାନ କରିବା ସହ ଏଠାରେ ପିତୃପୁରୁଷଙ୍କ ପିଣ୍ଡଦାନ ମଧ୍ୟ କରିଥାନ୍ତି । କିନ୍ତୁ ଏବେ ଗଙ୍ଗାକୁ ଏକ ଅପରିଷ୍କାର ନଦୀ ବୋଲି କୁହାଯାଉଛି । ଏଥିପାଇଁ ଦାଇ କେବଳ ଆମର ସମାଜ । କଳକାରଖାନାରୁ ବାହାରୁଥିବା ସମସ୍ତ ପ୍ରକାର ଆବର୍ଜନାକୁ ଅଳିଆ ଗଦାରେ ନପକାଇ ଗଙ୍ଗାରେ ବିହାଇ ଦିଆଯାଉଛି । ଗଙ୍ଗା ନଦୀ କୁଳରେ ଶବଦାହ କରାଯାଉଛି । ଲୋକମାନେ ମଳ ତ୍ୟାଗ କରୁଛନ୍ତି । ଗଙ୍ଗାରେ ସ୍ନାନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଫୁଲମାଳ ଏବଂ ବିଭିନ୍ନ ପ୍ରକାପ ପୂଜା ସାମଗ୍ରୀକୁ ଏହି ନଦୀରେ ବୁହାଇ ଦେଇଥାନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କୁଢ କୁଢ ଅଳିଆ ଆବର୍ଜନା ଏଥିରେ ପକାଉଛନ୍ତି । ଯାହା ଫଳରେ ପବିତ୍ର ନଦୀ କୁହାଯାଉଥିବା ଗଙ୍ଗା ଏବେ ଦିନକୁ ଦିନ ବିଶାକ୍ତ ହେବାରେ ଲାଗିଛି ।

ସୂଚନା ମୁତାବକ, ଗଙ୍ଗାକୁ ଆବର୍ଜନା ମୁକ୍ତ କରିବା ପାଇଁ ଅନେକ ଯୋଜନା ମାନ କରାଯାଇଛି । ଯେପରିକି ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ, ନମାମି ଗଙ୍ଗା, ଉମା ଭାରତୀ ଭଳି ଅନେକ ଯୋଜନା ମାନ କରାଯାଇଛି । କିନ୍ତୁ ଗାଙ୍ଗାକୁ ପୂନର୍ବାର ପବିତ୍ର କରିବାରେ କୌଣସି ଗୋଟିଏ ବି ଯୋଜନା ଏଯାଏ ସଫଳ ହୋଇପାରିନାହିଁ । ତେବେ ଏହି ସବୁ ଅସଫଳତା ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଗଙ୍ଗା ନଦୀର ସୁରକ୍ଷା ପାଇଁ କିଛି ସୁରକ୍ଷା କର୍ମୀଙ୍କୁ ଏଠାରେ ମୁତୟନ କରାଯିବ । ଏହି ସୁରକ୍ଷା କରର୍ମୀଙ୍କୁ ସମସ୍ତ ପ୍ରକାର କ୍ଷମତା ପ୍ରଦାନ କରାଯିବ । ଏହି ସୁରକ୍ଷା କର୍ମୀଙ୍କୁ ଏଥିରେ ନିବେଶ କରିବା କାର୍ଯ୍ୟ କେନ୍ଦ୍ର ସରକାର ଗୃହ ମନ୍ତ୍ରଣାଲୟ ହାତରେ ନ୍ୟସ୍ତ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି ଯୋଜନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନଦୀକୁ ପ୍ରଦୂଷିତ କରୁଛି ତେବେ ତାଙ୍କୁ ଜେଲ ଦଣ୍ଡ ସହ ଯୋରିମାନା ମଧ୍ୟ ହେବ । ଯେପରିକି ନଦୀରେ ଅଳିଆ ଆବର୍ଜନା ପକାଇବା, ନଦୀ ଧାରାରେ ବାଧା ସୃଷ୍ଟି କରିବା, ଗଙ୍ଗା ଏବଂ ତାର ସହାୟକ ନଦୀ ଗୁଡିକୁ ବାଣିଜ୍ୟ ବ୍ୟବସାୟ କରିବା ଏକ ଆଇନଗତ ଅପରାଧ । ତେଣୁ ଯଦି ଏହି ନିୟମ ଗୁଡିକୁ କୌଣସି ବ୍ୟକ୍ତି ଉଲ୍ଲଙ୍ଘନ କରିବ ତେବେ ସେମାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ସହିତ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ ।