କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଛି ୧୧ ବର୍ଷ ! ଏବେବି ବିସ୍ଥାପିତଙ୍କୁ ମିଳିନି ଗୁଳିକାଣ୍ଡର ତଦନ୍ତ ରିପୋର୍ଟ

29

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ଏହାରି ଭିତରେ ପୂରିଛି ୧୧ ବର୍ଷ । ଏବେ ବି ଲୋକଙ୍କ ମାନସପଟରେ ସେହିନର ଦୃଶ୍ୟ ତାଜା ହୋଇ ରହିଛି । ୧୧ ବର୍ଷ ପରେ ବି ବିସ୍ଥାପିତଙ୍କୁ ମିଳିନି ଗୁଳିକାଣ୍ଡର ନ୍ୟାୟିକ ତଦନ୍ତ ରିପୋର୍ଟ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ବିସ୍ଥାପନ ବିରୋଧି ଜନମଂଚ ।

୨୦୦୬, ଜାନୁଆରୀ ୨ରେ ଯାଜପୁର କଳିଙ୍ଗନଗରରେ ଗର୍ଜିଥିଲା ବନ୍ଧୁକ । ଗୁଳିକାଣ୍ଡରେ ଆଖି ବୁଜିଥିଲେ ୧୩ ଜଣ ଆଦିବାସୀ । ଆଉ ସେହି ସମୟରେ ଘଟଣାସ୍ଥଳରୁ ମିଳିଥିଲା ୬ ଜଣଙ୍କର କଟା ପାପୁଲି । ଯାହାକୁ ନେଇ ବିବାଦ ତିବ୍ର ହୋଇଥିଲା । କଟା ପାପୁଲି ଗୁଡିକୁ ଆଜି ବି ଗଣଶବଦାହ ସ୍ଥଳୀ ବୀରଭୂମିର କ୍ଲବ ଘରେ ବନ୍ଦ ବାକ୍ସ ଭିତରେ ରଖିଛି ବିସ୍ଥାପନ ବିରୋଧି ଜନମଂଚ । ସେ ସମୟରୁ ମୁଣ୍ଡ ଟେକି ଥିବା ଆନ୍ଦୋଳନ ଆଜି ବି ଥମିନି । କଟା ପାପୁଲି ଗୁଡିକର ଡିଏନଏ ରିପୋର୍ଟ ଦାବି କରିଛି ମଂଚ ।

ଗୁଳିକାଣ୍ଡର ନ୍ୟାୟିକ ତଦନ୍ତ ଦାବିରେ ୧୧ ବର୍ଷ ପରେ ବି ଥମିନି ବିରୋଧାଭାଷ ଜୋରଦାର ହୋଇଛି ବିସ୍ଥାପନ ବିରୋଧି ଜନମଂଚ ଆନ୍ଦୋଳନ । କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା କମିଶନ ଆଜି ଯାଏଁ ନ୍ୟାୟିକ ତଦନ୍ତ ରିପୋର୍ଟ ଦେଇନାହାନ୍ତି । ଏହାରି ଭିତରେ କଳିଙ୍ଗନଗରରେ ଠିଆ ହୋଇ ସାରିଛି ଟାଟା କମ୍ପାନୀ ।