ଛୋଟ ପିଲାଙ୍କୁ ବାପା’ମା କାହିଁକି ଅନ୍ୟକୁ ଚୁମ୍ବନ ଦେବା ପାଇଁ ମନା କରନ୍ତି ତାହା ଆଜି ଜଣାପଡୁଛି । ଅଷ୍ଟ୍ରେଲିଆର ଏଡିଲେଡ୍ ରୁ ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଠି ମାତ୍ର ଗୋଟିଏ ଚୁମ୍ବନ ଏକ ଛୋଟ ଛୁଆର ଜୀବନ ନେଇଯାଇଛି । ବ୍ରିୟୋନୀ ନାମକ ଏକ ଦେଢବର୍ଷର ଛୁଆର ଦେହ ଅଚାନକ ଖରାପ ହେବା ପରେ ବାପା’ମା ବ୍ୟତିବ୍ୟସ୍ତ ହୋଇ ଝିଅଟିକୁ ଡାକ୍ତରଖାନା ଚିକିତ୍ସା ସକାଶେ ନେଇଗଲେ । ଡାକ୍ତର ଝିଅଟିକୁ ମେଡିସିନ୍ ଦେଇ ଶୁଆଇଦେଲେ କିନ୍ତୁ ଘରକୁ ଆସିବା କ୍ଷଣି ଝିଅଟି ଛଟପଟ ହୋଇ ଜୀବନ ହାରି ଦେଇଥିଲା ।
ଏହି ଘଟଣାର ତଦନ୍ତ ପରେ ଡାକ୍ତର ମୃତ୍ୟୁର ଅସଲ କାରଣ କହିଥିଲେ । ପୋଷ୍ଟମଟମ୍ ରେ ଜଣାପଡିଥିଲା ଯେ ଛୋଟ ଝିଅଟିର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା । ଯାହାଦ୍ୱାରା ତାହାର ମୃ୍ତ୍ୟୁ ହୋଇଯାଇଥିଲା । ଝିଅଟିର ଶରୀରରେ ହର୍ପସ ସିମପ୍ଲେକ୍ସ ଭାଇରସ୍ ମିଳିଥିଲା । ଏହି ଭାଇରସ୍ ଝିଅଟିର ଗାଲ ଏବଂ ଓଠରୁ ମିଳିଥିଲା । ଡାକ୍ତରଙ୍କ କହିବାନୁସାରେ କୌଣସି ହର୍ପସ ପୀଡିତ ବ୍ୟକ୍ତି ଝିଅଟିକୁ ଚୁମ୍ବନ ଦେଇଥିଲେ ଯାହାଦ୍ୱାରା ଭାଇରସ୍ ତା ଶରୀରରେ ପ୍ରବେଶ କରି ତାହାର ଅନେକ ଅଙ୍ଗକୁ ଅକାମୀ କରିଦେଲା ଏବଂ ନୀରିହର ଜୀବନ ଏଥିରେ ଚାଲିଯାଇଥିଲା । ଏହି ଘଟଣାରୁ ସଚେତନ ହୋଇ ବ୍ରିୟୋନିର ପରିବାର ଲୋକେ ଅନ୍ୟ ବାପା’ମାଙ୍କୁ ସଚେତନ କରାଉଛନ୍ତି । ସେମାନେ କହୁଛନ୍ତି ଯେ ନିଜ ଛୁଆକୁ କେବେବି ନା ନିଜେ ଚୁମ୍ବନ ଦିଅନ୍ତୁ ନା କାହାରିକୁ ଦେବାକୁ ଦିଅନ୍ତୁ । ଯଦି ଆପଣ ଚୁମ୍ବନ ଦେବାକୁ ଚାହୁଁଛନ୍ତି ତେବେ ମୁହଁ ସଫା କରି ଚୁମ୍ବନ ଦିଅନ୍ତୁ । ନଚେତ୍ ଆପଣଙ୍କ ସ୍ନେହଭରା ଚୁମ୍ବନ ଛୁଆ ପାଇଁ କାଳ ସାଜିପାରେ । ଏକ୍ସପର୍ଟଙ୍କ କହିବାନୁସାରେ ଏହି ଭାଇରସ୍ ଅସନା ବାସନକୁସନ ଏବଂ ଅଇଁଠା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ବ୍ୟାପିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Mother_kissing_baby_girl-1296x728-header.jpg)
/kanak/media/post_attachments/wp-content/uploads/2019/02/kissing_india-300x170.jpg)