କିଡନୀ ରୋଗରୁ ଦୂର କରିଥାଏ ଏହି ରସ । ତେବେ ଏହାକୁ ପ୍ରତ୍ୟେକ ଦିନ ପିଇଲେ ହେବ ନାହିଁ କିଡନୀ ରୋଗ

105

କନକ ବ୍ୟୁରୋ : ଧନିଆ ପତ୍ରର ସେବନ ଶରୀର ପାଇଁ ଅନେକ ଲାଭଦାୟକ । ଏଥିରେ ଥିବା ଆମିନୋ ଏସିଡ଼୍, ଆଣ୍ଟିଅକ୍ସିଡ଼ାଣ୍ଟ, ଏନଜାଇମ ମିନେରାଲ୍ସ, ପୋଟାସିୟମ, ସୋଡ଼ିୟମ ଇତ୍ୟାଦି ଭିଟାମିନ୍ ଥିବାରୁ ଏହାର ସେବନ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ପ୍ରତିଦିନ ଧନିଆ ପତ୍ରର ଜୁସ୍ ପିଇବାର ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ । ଯାହାର ସେବନ କରିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

୧. ଏଥିରେ ଥିବା ଭିଟାମନ୍ ଉ, ଋ, ବିଟା କେରୋଟିନ୍ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟର ଗୁଣରେ ଭରପୂର ହୋଇ ରହିଥାଏ । ଯାହା ହୃଦୟକୁ ସୁସ୍ଥ ରଖିଥାଏ । ଏହାର ଜୁସ୍ ପ୍ରତିଦିନ ପିଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମ ହୋଇଥାଏ ।

୨. ଏହାର ଜୁସ୍ ପ୍ରତିଦିନ ପିଇବା ଦ୍ୱାରା କିଡନୀକୁ ସଫା ରଖିବା ସହ ସଂକ୍ରମଣରୁ ରକ୍ଷା କରିଥାଏ ।

୩. ଶରୀରରେ କୌଣସି ଅଙ୍ଗରେ ଜଳାପୋଡ଼ା ବା ସିଝିବା ଭଳି ଅନୁଭବ କଲେ ଏହାର ଜୁସ୍ ପିଅନ୍ତୁ । ଏଥିରେ ଥିବର ପୋଷକ ତତ୍ତ୍ୱ ଶରୀରରୁ ଏହି ସବୁ ସମସ୍ୟାରୁ ରକ୍ଷା କରିଥାଏ ।

୪. କେଶକୁ ବଢ଼ାଇବା ଏବଂ ମଜବୁତ୍ ରଖିବା ପାଇଁ ମିନେରାଲ୍ସ ଏବଂ ଭିଟାମିନର ଆବଶ୍ୟକତା ରହିଥାଏ । ଯାହା ଧନିଆ ପତ୍ରର ରସରେ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା କେଶ ଶକ୍ତ ହୋଇଥାଏ ।