ପୁଲୱାମା ଆକ୍ରମଣ ପରେ ଭାରତରେ ବହୁତ ଲୋକ କ୍ରୋଧିତ ଅଛନ୍ତି । ସମସ୍ତେ ଚାହାଁନ୍ତି କି, ଆକ୍ରମଣର ଜବାବ ଦିଆଯାଉ । ୪୦ ଯବାନ ସହିଦ ହେବା ପରେ କେହି ନା କେହି କୌଣସି ନା କୌଣସି ପ୍ରକାରରେ ସହିଦ ପରିବାରର ସହାୟତା କରୁଛି । ପ୍ରଧାନମନ୍ତ୍ରୀ ମୋଦି ଦେଶକୁ କହିଛନ୍ତି କି, ଯବାନଙ୍କ ବଳିଦାନ ବେକାର ଯିବନି । ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ କ୍ରୋଧ ଦେଖିବାକୁ ମିଳୁଛି । ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଶିଶୁ ପିଏମ୍ ମୋଦିଙ୍କୁ ଆତଙ୍କବାଦର ପ୍ରତିଶୋଧ ନେବା ପାଇଁ ଗୁହାରି କରୁଛି ।
😭😭😭 Jai Hind...
तुम टुकड़ो में तोड़ोगे हम चट्टान बनकर खडे रहेंगे 🙏🙏🙏
india Army zindabaad.. 🇮🇳🇮🇳
Mejor vibhuti jindabad #Nikitakaul Mam you are insipiration Mam..
Chitresh Sir Jindabaad 😭😭😭🇮🇳🇮🇳#IndianArmyOurPride#IndianArmy#IndianArmy_Jindabad#Indiapic.twitter.com/Puxzi0xAKw— Neha Kaprawan (@KaprawanKneha) February 20, 2019
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି କି, ମାଆ ଓ ପୁଅ ଟିଭି ଦେଖୁଛନ୍ତି । ଯେଉଁଥିରେ ସହିଦଙ୍କୁ ଶେଷ ବିଦାୟ ଦିଆଯାଉଛି । ଯାହାକୁ ଦେଖି ଶିଶୁଟି କାନ୍ଦିବାକୁ ଲାଗୁଛି । ମାଆ ପଚାରୁଛନ୍ତି କି, “କାହିଁକି କାନ୍ଦୁଛ ?” ତେବେ ସେ କାନ୍ଦି କାନ୍ଦି କହୁଛି କି- “ମୁଁ ଏଥିପାଇଁ କାନ୍ଦୁଛି, କାହିଁକିନା ଆମର ଯବାନ ମରିଗଲେ ।” ଯେତେବେଳେ ମାଆ ପଚାରୁଛନ୍ତି କି ମୋଦିଙ୍କୁ କଣ କହିବାକୁ ଚାହୁଁଛ, ତେବେ ଶିଶୁ କହୁଛି କି, “ପ୍ଲିଜ୍ ତାଙ୍କୁ ବଂଚାଇ ଦିଅନ୍ତୁ ।” ତା’ପରେ ଶିଶୁ କହୁଛି ମୁଁ ବଡ ହୋଇ ଯବାନ ହେବି ଓ ଏହାର ପ୍ରତିଶୋଧ ନେବି ।