ଖୋର୍ଦ୍ଧା ଗୋଡିଆପାଲ୍ଲୀ ଛକରେ ବ୍ୟବସାୟୀଙ୍କୁ ବୋମାମାଡ ! ପିକଅପ୍ ଭ୍ୟାନରେ ଯାଉଥିବା ୪ ବ୍ୟବସାୟୀଙ୍କୁ ଦୁବୃର୍ତ୍ତଙ୍କ ଟାର୍ଗେଟ

27

କନକ ବ୍ୟୁରୋ: ଖୋର୍ଦ୍ଧାରେ ବ୍ୟବସାୟୀଙ୍କୁ ଆକ୍ରମଣ । କଳାପଥର ଖୋର୍ଦ୍ଧା ଗେଡିଆପାଲ୍ଲୀ ଛକର ବୋମାମାଡ ହୋଇଛି । ୪ ଜଣ ବ୍ୟବସାୟୀ ଏକ ପିକଅପ ଭ୍ୟାନରେ ଯାଉଥିବାବେଳେ ବାଇକରେ ପିଛା କରୁଥିବା ଦୁଇଜଣ ବୋମାମଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡରେ ଭିକଅପ ଭ୍ୟାନ ବି କ୍ଷତିଗ୍ରସ୍ତ ହୋଇଛି । ଜଣେ ବ୍ୟବସାୟୀ ବି ଗୁରୁତର ହୋଇଛନ୍ତି । ବେଗୁନିଆରୁ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀମାନେ ବିଶାଖାପାଟଣାରୁ ଖୋର୍ଦ୍ଧା ଆସୁଥିଲେ । ତେବେ ବୋମାବାମାଡର କାରଣ ଜଣାପଡିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଛେଳି ବ୍ୟବସାୟୀ ଜଣକ ଆଜି ସକାଳେ ଛେଳି କିଣିବା ପାଇଁ ନୟାଗଡ଼ ଜିଲ୍ଲା କଣ୍ଟିିଲୋ ଅଭିମୁଖେ ଏପି ୩୧ଟିଏଚ୍ ୪୪୭୮ ନମ୍ବର ବିଶିଷ୍ଟ ପିକ୍ ଅପ୍ ଭ୍ୟାନ ଯୋଗେ ଯାଉଥିଲେ। ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଗେଡ଼ିଆପଲ୍ଲୀ- କଢ଼ାମଲ ରାସ୍ତାରେ ଅଟକାଇବା ସହିତ ହଠାତ ଏକ ଶକ୍ତିଶାଳୀ ବୋମା ସେମାନଙ୍କ ଉପରକୁ ଫିଙ୍ଗିଥିଲେ।

ବୋମାଟି ଡ୍ରାଇଭରଙ୍କ ପାଖରେ ପଡ଼ିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଡ୍ରାଇଭରଙ୍କ ନାମ ବୁଜୁ ରାଓ। ତେବେ ବୋମା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ ଲୁଟ୍ କରିବାରୁ ବିଫଳ ହୋଇଥିଲେ ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।। ଗୁରୁତର ଅବସ୍ଥରେ ଡ୍ରାଇଭର ବୁଜୁ ରାଓଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।