କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ପକ୍ଷରୁ ଦିଆଯାଇଥିବା ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରାୟୋଜିତ ବୋଲି କହିଲେ ଖାରବେଳ ସ୍ୱାଇଁ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ଉତ୍କଳ ଭାରତର ମୁଖ୍ୟ ଏଭଳି ଅଭିଯୋଗ ଆଣିଥିବାବେଳେ ଆଜି ଏ ସଂପର୍କରେ ପ୍ରମାଣ ଗଣମାଧ୍ୟମକୁ ଦେଇଛନ୍ତି ।
କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେବା ଲାଗି ଗତ ଜୁଲାଇ ମାସରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମେସେଜ ଜରିଆରେ ଅପିଲ କରାଯାଉଥିଲା । ତେଣୁ ପୁରସ୍କାର ପାଇବାଠାରୁ ଆରମ୍ଭ କରି ନିଜ ଦଳୀୟ କର୍ମୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସବୁକିଛି ପ୍ରାୟୋଜିତ ବୋଲି ସେ ଅଭିଯୋଗ ଆଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/1-37.jpg)