ପୁଣି ଚଢିବ କେଜିଏଫ୍ କ୍ରେଜ୍ । ଅକ୍ଟୋବର ୨୩ରେ ରିଲିଜ୍ ହେବ କେଜିଏଫ୍-୨, ରକି ଭାଇ ଖୋଲିବ କୋଲାର ଖଣି ପଛର ରହସ୍ୟ ।

831

କନକ ବ୍ୟୁରୋ : ପୁଣି ଚଢିବ କେଜିଏଫ୍ କ୍ରେଜ୍ । ରକି ଭାଇ ଖୋଲିବ କୋଲାର ଖଣି ପଛର ରହସ୍ୟ । ଆସନ୍ତା ଅକ୍ଟୋବର ମାସ ୨୩ ତାରିଖରେ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ କେଜିଏଫ ୨ । ଶୁକ୍ରବାର ଫିଲ୍ମର ନିର୍ମାତା ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥି ସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି ।

ଫିଲ୍ମରେ ମୁଖ୍ୟ ଭୂମିକାରେ ୟସ୍ ଅଭିନୟ କରୁଥିବା ବେଳେ ଖଳନାୟକ ତଥା ‘ଅଧିରା’ ଭୂମିକାରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍ ସୁପରହିଟ୍ ହୋଇଥିବା ବେଳେ କେଜିଏଫ୍ ୨ ମଧ୍ୟ ହିଟ୍ ହେବା ନେଇ ଚର୍ଚ୍ଚା ହେଉଛି ।