ଜାଣିବା କଥା ! କମ୍ପ୍ୟୁଟର କି-ବୋର୍ଡର ଏଫ୍ ଏବଂ ଜେ ୱାର୍ଡ ତଳେ କାହିଁକି ଅଣ୍ଡରଲାଇନ୍ ପଡିଥାଏ ?

299

ଆଜିକାଲି କମ୍ପ୍ୟୁଟରକୁ ଘରେ ,ଅଫିସରେ ଚାରିଆଡେ ବ୍ୟବହାର କରାଯାଉଛି । ଗେମ୍ ଖେଳିବା ଠାରୁ ଆରମ୍ଭ କରି ସର୍ଚ୍ଚ କରିବା ,ଚାଟିଙ୍ଗ୍ କରିବା ଏବଂ ଅନେକ ଅଫିସ୍ କାମ ମଧ୍ୟ କମ୍ପ୍ୟୁଟରରେ ହୋଇଥାଏ ଯେଉଁଥିରେ କି-ବୋର୍ଡ ପ୍ରମୁଖ ଭୂମିକା ନିଭାଇଥାଏ ।

ଏହି କି-ବୋର୍ଡକୁ ଆପଣ ଯଦି ଧ୍ୟାନର ସହ ଦେଖିଥିବେ ତେବେ ଏଥିରେ କିଛି ଅନ୍ତର ଥିବା ନିଶ୍ଚୟ ଜାଣିପାରିଥିବେ । ଯଦି ଜାଣିପାରିନାହାନ୍ତି ତେବେ ଆମେ ଆପଣଙ୍କୁ କି-ବୋର୍ଡର ଦୁଇଟି ୱାର୍ଡ ବିଷୟରେ କହୁଛୁ ଏଫ୍ ଏବଂ ଜେ ବିଷୟରେ । ଯାହାର ତଳେ ଅଣ୍ଡରଲାଇନ୍ ଥିବା ଆପଣ ଦେଖିବାକୁ ପାଇଥିବେ । ତେବେ କାହିଁକି ଏହି ଅଣ୍ଡରଲାଇନ୍ ରହିଛି ଆସନ୍ତୁ ଜାଣିବା । ଏହି ଅଣ୍ଡରଲାଇନ୍ ଦେବାର ଅର୍ଥ ଟାଇପ୍ କରିବା ସମୟରେ କି-ବୋର୍ଡକୁ ନଦେଖି ଆପଣ ନିର୍ଭୁଲ ଭାବରେ ଟାଇପ୍ କରିପାରିବେ । ନିଜ ଆଙ୍ଗୁଠିକୁ ଠିକ୍ ପୋସିସନ୍ ରେ ରଖିବା ପାଇଁ ଏବଂ ସବୁ ବଟମ୍ ରେ ଯେଭଳି ଆଙ୍ଗୁଠି ପହଚିଂ ପାରିବ ସେଥିପାଇଁ ଏଭଳି ଅଣ୍ଡରଲାଇନ୍ କରାଯାଇଛି ।