ହିନ୍ଦୀ ସିନେମାର ନାମୀଦାମୀ ଗାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନୁରାଧା ପଡୱାଲ । ବର୍ତ୍ତମାନ ତାଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । କେରଳର ଜଣେ ୪୫ ବର୍ଷୀୟ ମହିଳା ତାଙ୍କ ଝିଅ ହୋଇଥିବା ଦାବି କରିଛନ୍ତି । ୧୯୭୪ ରେ ସେ ଜନ୍ମ ହୋଇଥିବା କରମାଲା ମୋଡିକସ କହିଛନ୍ତି ଯେ, ତାଙ୍କ ମା’ ଅର୍ଥାତ ଅନୁରାଧା ତାଙ୍କୁ ଜନ୍ମ ଦେବା ପରେ ଛାଡି ଚାଲିଯାଇଥିଲେ । ସେ ୪ ଦିନର ହୋଇଥିବା ବେଳେ ଅନୁରାଧା ଅଜଣା ବ୍ୟକ୍ତିଙ୍କ ଘରେ ତାଙ୍କୁ ଛାଡି ଦେଇଥିଲେ । କରମାଲା ଜିଲ୍ଲା ପରିବାର ଅଦାଲତରେ ମାମଲା ରୁଜୁ କରି ୫୦ କୋଟି ଟଙ୍କା ମାଗିଛନ୍ତି ।
ମହିଳା ଜଣଙ୍କ ଇଂରାଜୀ ପତ୍ରିକା ଇଣ୍ଡିଆନ ଏକ୍ସପ୍ରେସକୁ ଜଣାଇଛନ୍ତି ଯେ, ଗାୟିକା ଅନୁରାଧା ସେତେବେଳେ ତାଙ୍କ ଲାଳନପାଳନ କରିବାକୁ ଚାହୁଁନଥିଲେ । ଅନୁରାଧା ତାଙ୍କ ମା’ ବୋଲି ୫ ବର୍ଷ ହେବ କରମାଲା ତାଙ୍କ ବାପାଙ୍କ ଠାରୁ ଜାଣିଲେ । ବାପା ପଞ୍ଚାନନ ସେହି ସମୟରେ ମହାରାଷ୍ଟ୍ର ସେନା ଅଧ୍ୟକ୍ଷ ଥିଲେ । ତାଙ୍କର ଗାୟିକା ଅନୁରାଧାଙ୍କ ସହ ଭଲ ସମ୍ପର୍କ ଥିଲା ବୋଲି ମଧ୍ୟ କହିଛନ୍ତି । ଅନେକ ଚେଷ୍ଟା କରିଥିଲେ ମଧ୍ୟ କରମାଲା ଅନୁରାଧାଙ୍କ ସହ ସାକ୍ଷାତ କରିପାରିନଥିଲେ। କରମାଲାଙ୍କ ଓକିଲ ଅନିଲ ପ୍ରସାଦଙ୍କ ଅନୁଯାୟୀ, ଅନୁରାଧା ଓ ତାଙ୍କ ପରିବାର ୨୭ ଜାନୁଆରୀରେ କୋର୍ଟରେ ଉପସ୍ଥିତ ହେବେ ।/kanak/media/post_attachments/wp-content/uploads/2020/01/anuradha-300x300.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/AnuradhaP_Feature-1280x720.jpg)
/kanak/media/post_attachments/wp-content/uploads/2020/01/anuradha-paudwal-759-300x167.jpg)