ଦଇବ ସାଜିଛି ଦାଉ ! ରୋଜଗାରିଆ ପୁଅ କ୍ୟାନସର ପୀଡିତ ହେବାପରେ ପରିବାର ଚଳିବା ହୋଇଛି କଷ୍ଟକର

24

କନକ ବ୍ୟୁରୋ : ଦଇବ ସାଜିଛି ଦାଉ । ଘରର ରୋଜଗାରିଆ ପୁଅ କ୍ୟାନସରରେ ପୀଡିତ ହେବାପରେ ଦୋହଲି ଯାଇଛି ଆର୍ଥିକ ଅବସ୍ଥା  । ଭଙ୍ଗା ଚାଳ ଛପର ଘରେ ଜୀବନ ବିତାଉଛନ୍ତି ପରିବାରର ୮ ଜଣ ସଦସ୍ୟ । ଦିନେ ଖାଇଲେ ଦୁଇଓଳି ଉପାସ ରହି ରୋଗ ଶଯ୍ୟାରେ ପଡି ଜୀବନ ସହ ସଂଗ୍ରାମ କରୁଥିବା ଧୀରେସଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କେନ୍ଦ୍ରାପଡା ଗରଜଙ୍ଗା ଗାଁରେ ଧୀରେସ ସ୍ୱାଇଁଙ୍କ ପରିବାର କହିଲେ ତାଙ୍କର ପତ୍ନୀ , ବୁଢୀ ମା’ ଏବଂ ୪ ଜଣ ସନ୍ତାନ । ବହୁ ହସ ଖୁସିରେ ଚାଲିଥିଲା ଧୀରେସଙ୍କ ପରିବାର । କିନ୍ତୁ ହଠାତ୍ ଘୋଟି ଆସିଲା ଦୁଃଖର ବାଦଲ । ଧୀରେସ କ୍ୟାନସରରେ ପୀଡିତ ହେବା ପରେ କାମ ଧନ୍ଦା କରିନପାରି ସେ ଏବେ ଘରେ ଶଯ୍ୟାଶାୟୀ  । ଯାହା କିଛି ଅର୍ଥ ଥିଲା ସବୁ ବିକି ଭାଙ୍ଗି ଖର୍ଚ୍ଚ ହୋଇ ଗଲା ଧୀରେସଙ୍କ ଚିକିତ୍ସାରେ  । ଏକ ଭଙ୍ଗା ଚାଳ ଛପର ଘରେ ବସବାସ କରୁଥିବା ଏହି ପରିବାର  ପାଇଁ ଏବେ ଚଳିବା କଷ୍ଟକର ହୋଇପଡିଛି ।

ଧୀରେସଙ୍କ ପରିବାର ପାଇଁ  ସରକାର ସମସ୍ତ ପ୍ରକାର ସହାୟତା କରିବାକୁ ଦାବି ହୋଇଛି । ସେପଟେ ଧୀରେସଙ୍କ ଚିକିତ୍ସା ପାଇଁ ଅର୍ଥ ତାଙ୍କ ଘର ତିଆରି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମାର୍ଶାଘାଇ ବିଡିଓ କହିଛନ୍ତି । ଜିଲ୍ଲା ପ୍ରଶାସନ ଯଥା ଶଯ୍ୟାଶାୟୀ ଧୀରେସଙ୍କ ଚିକିତ୍ସା ପାଇଁ ଅର୍ଥ ଓ  ଏକ ଘର ତିଆରି ପାଇଁ ସହାୟତା କରିବାକୁ ଦାବି ହୋଇଛି ।