କେନ୍ଦ୍ରାପଡାରୁ ଆସିଲା ଅଭାବନୀୟ ଚିତ୍ର। ଯୁବକଙ୍କୁ ବିଜୁଳି ଖୁଂଟରେ ବାନ୍ଧି ନିର୍ଧୁମ ମାଡ ମାରିଲେ ଲୋକେ

1,900

କନକ ବ୍ୟୁରୋ: କେନ୍ଦ୍ରାପଡାରୁ ଆସିଛି ଅଭାବନୀୟ ଚିତ୍ର । ଜଣେ ଲୋକକୁ ବିଜୁଳି ଖୁଂଟରେ ବାନ୍ଧି ନିର୍ଧୁମ ମାଡ ମରାଯାଉଛି । ପାଖରେ ଠିଆ ହୋଇଛନ୍ତି ଗାଁ ଲୋକ ହେଲେ ସମସ୍ତେ ପାଲଟିଛନ୍ତି ଦେଖଣାହାରି । କେହି ଜଣେ ମୋବାଇଲରେ ଏହାକୁ ରେକର୍ଡ କରିବା ପରେ ଏହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗାଁର । ଧାନ ବିଲ କଡରେ ଯାଇଥିବା ରାସ୍ତା ଉପରେ ଘଟୁଛି ତମାମ୍ ଘଟଣା, ତା ପୁଣି ଦିବାଲୋକରେ ।

ହେଲେ କେହି କେବେ ସାହସ କରି ଆଗକୁ ଆସୁନାହାନ୍ତି । ମାଡ ଖାଉଥିବା ଯୁବକ ଜଣକ ପୁରୁଷୋତମପୁର ସନ୍ତୋଷ ବେହେରା । ଘଟଣାରୁ ଜଣାପଡିଛି ସନ୍ତୋଷଙ୍କ ପୋଟଳ କିଆରି ଦେଇ ହଳ ବଳଦ ନେଇଯିବାକୁ ବିରୋଧ କରିବା ପରେ ଏପରି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ସନ୍ତୋଷ । ଏହି ଘଟଣା ଘଟିଥିଲା ଗତ ୧୩ ତାରିଖରେ । ଏନେଇ ପୋଲିସରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର ।