ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ରୋମାଣ୍ଟିକ୍ ଚଳଚ୍ଚିତ୍ର ‘କେଦାରନାଥ’ ! ଉତ୍ତରାଖଣ୍ଡରେ ବ୍ୟାନ୍ ହେଲା ଫିଲ୍ମ ।

261

କନକ ବ୍ୟୁରୋ : ସାରା ଅଲିଖାନଙ୍କ ଡେବ୍ୟୁ ଫିଲ୍ମ କେଦାରନାଥ ଆଜି ପରଦାକୁ ଆସିଛି । ହେଲେ ଏହି ଫିଲ୍ମକୁ ଉତ୍ତରାଖଣ୍ଡରେ ବ୍ୟାନ କରାଯାଇଛି । କେଦାରନାଥ ମନ୍ଦିରର ପୂଜାରିମାନେ ଏହି ଫିଲ୍ମକୁ ବିରୋଧ କରିଛନ୍ତି । ସେପଟେ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ଫିଲ୍ମ ଉପରେ ବ୍ୟାନ ନ କରିବାକୁ ମନା କରିଥିଲେ । ଏହି ଫିଲ୍ମଟି ଲଭ, ଜେହାଦ ଷ୍ଟୋରୀ ଉପରେ ଆଧାରିତ ହୋଇଥିବା ବେଳେ ଏହା ଭଗବାନଙ୍କୁ ଅପମାନ କରିବା ସହ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ ପଂହଚାଉଥିବା ଅଭିଯୋଗ ହୋଇଛି ।

ସେପଟେ ବିଜେପି ମଧ୍ୟ ଫିଲ୍ମର ଟ୍ୟାଗଲାଇନ ଓ ଟାଇଟଲ ଉପରେ ଆପତ୍ତି ଉଠାଇଛି  । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ତରଫରୁ ରିଲିଜ ପାଇଁ କ୍ଲିନଚିଟ୍ ମିଳିଥିବା ବେଳେ ସ୍ଥାନୀୟ ଦଳ କିନ୍ତୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଥିଲେ । ବୁଧବାର ଉତ୍ତରାଖଣ୍ଡ ସରକାର ବିଜେପି ନେତା ସତ୍ୟପାଲ ସିଂହ ମହାରାଜଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ କମିଟି ଗଠନ କରାଯାଇଥିଲା । ଏହି କମିଟି ମୁଖ୍ୟମନ୍ତ୍ରୀଙ୍କୁ ସିପାରିଶ ପଠାଇବା ସହ ରାଜ୍ୟର ସମସ୍ତ ସ୍ଥାନରେ ବିରୋଧ କରାଯାଇଛି ବୋଲି ସତପାଲ କହିଛନ୍ତି । ଅଭିଶେକ କପୁର ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କ ଅପୋଜିଟ ରୋଲରେ ନଜର ଆସିଛନ୍ତି ସାରା ଅଲିଖାନ୍ । ଏହା ସହ ୨୦୧୩ରେ କେଦାରନାଥରେ ହୋଇଥିବା ଜଳ ପ୍ରଳୟ ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ।