ବନ୍ଦ ହେବ କୌନ ବନେଗା କୋରଡପତି ସିଜିନ୍ ୯ ! ଆସିବ ଆଉ ଦୁଇଟି ନୂଆ ସିରିୟଲ

41

ଛୋଟ ପରଦାରେ ବିଗ ବି ଅମିତାଭ ବଚ୍ଚନଙ୍କୁ ଦେଖୁଥିବା ଫ୍ୟାନଙ୍କ ପାଇଁ ଦୁଃଖ ଖବର । ବନ୍ଦ ହେବ ଟେଲିଭିଜନର ଲୋକପ୍ରିୟ କ୍ୱିଜ ଭିତ୍ତିକ ରିଆଲିଟି ସୋ’ କୌନ ବନେଗା କୋରଡପତି । ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୩ ତାରିଖରେ ଏହି ଲୋକପ୍ରିୟ ରିଆଲିଟି ସୋ’ ବନ୍ଦ ହେବାକୁ ଯାଉଛି । ଅକ୍ଟୋବର ୨୩ରେ ଏହାର ଶେଷ ଏପିସୋଡ ପ୍ରସାରଣ କରାଯିବ । ବିଗ୍ ବିଙ୍କ ଏହି ସୋ ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଥିଲା ।

ଅଗଷ୍ଟ ୨୮ ତାରିଖରେ କେବିସିର ନବମ ସିଜିନ ଆରମ୍ଭ ହୋଇଥିଲା । ନୂଆ ନିୟମ ଓ ନୂଆ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିଲା କେବିସି । ସୋ’ ଆରମ୍ଭ ହେବାର ଦିନରୁ ଟିଆରପି ଦୌଡରେ ସବୁଠାରୁ ଆଗରେ ରହିଥିଲା କେବିସି । ଅନ୍ୟ ସୋ’କୁ ପଛରେ ପକାଇ ଗତ କିଛି ସପ୍ତାହ ଧରି ଟିଆରପି ଶୀର୍ଷରେ ଥିଲା କେବିସି । ଏହି ସୋ’କୁ ନେଇ ଦର୍ଶକଙ୍କ ମଧ୍ୟ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଥିଲା । ତେବେ ଏହି ସୋ’ରେ ଏବେ ପର୍ୟ୍ୟନ୍ତ ମାତ୍ର ଜଣେ ପ୍ରତିଯୋଗୀ କୋଟିପତି ହେବାର ସୋଭାଗ୍ୟ ଲାଭ କରିଛନ୍ତି । ଝାଡଖଣ୍ଡର ଅନାମିକା ମଜୁମଦାର ନାମକ ପ୍ରତିଯୋଗୀ ଏକ କୋଟି ଟଙ୍କା ଜିତିଛନ୍ତି । ଏହି ସୋ ବନ୍ଦ ହେବା ପରେ ଦର୍ଶକ ନିରାଶ ହେବେ ନିଶ୍ଚୟ । ତେଣୁ କେବିସି ବଦଳରେ ଆଉ ଦୁଇଟି ନୂଆ ମନୋରଞ୍ଜନ ଧର୍ମୀ ସିରିୟଲ ଆରମ୍ଭ କରିବାକୁ ଯାଉଛି ସୋନି ଚ୍ୟାନେଲ ।

କେବିସି ବନ୍ଦ ହେବା ପରେ ଏହା ସ୍ଥାନରେ ରାତି ୯ଟାରେ ଅନ୍ୟ ଏକ ସୋ’ ‘ରିସ୍ତା ଲିଖେଂଗେ ହମ୍ ନୟା’ଦର୍ଶକଙ୍କର ମନୋରଂଜନ ଲାଗି ପ୍ରସାରଣ କରାଯିବ, ଯାହାକି ‘ପେହରେଦାର୍ ପିୟା କି’ର ସିକ୍ୱେଲ୍ ଅଟେ।ଏହାପରେ ପରେ ରାତି ୯ଟା ୩୦ ମିନିଟରେ ଅନ୍ୟ ଏକ ନୂତନ ସୋ’ ‘ହାସିଲ୍’କୁ ‘କେବିସି’ ସ୍ଥାନରେ ରିପ୍ଲେସ୍ କରାଯିବ, ଯେଉଁ ସୋ’ ଜରିଆରେ ବଲିଉଡ ଅଭିନେତା ଜାୟେଦ୍ ଖାନ୍ ପ୍ରଥମ ଥର ପାଇଁ ଟେଲିଭିଜନ୍ ପରଦାରେ ନଜର ଆସିବେ ।