ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ, ‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ନଜର ଆସିଲା ଦୁଇ ଭଉଣୀଙ୍କ ସ୍ୱାଗ

39

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ନୂଆ ଫଟୋସୁଟ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ କ୍ୟାଟ୍ରିନାଙ୍କ ସହି ତାଙ୍କ ଭଉଣୀ ଇସାବେଲ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଦୁହେଁ ବ୍ରାଇଡାଲ ଲୁକରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ପାଇଁ କରିଥିବା ଏହି ଫଟୋସୁଟର କଭର ଫଟୋ ଏବଂ ଅନ୍ୟ ଏକ ଫଟୋକୁ କ୍ୟାଟ୍ରିନା ଶେୟାର କରିଥିଲେ ।

ସୂଚନା ଅନୁସାରେ ଇସାବେଲ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ସୁରଜ ପଂଚୋଲୀଙ୍କ ସହିତ ‘ଟାଇମ ଟୁ ଡ୍ୟାନ୍ସ’ ଜରିଆରେ ଡେବ୍ୟୁ କରିବେ । ଏହି ଫିଲ୍ମ ସଲମାନ ଖାନ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମାଣ କରାଯିବ । ସେହିପରି କ୍ୟାଟ୍ରିନା ନିଜର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ଏବଂ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।