କଠୁଆ କାଣ୍ଡ : ନିଶା ଦେଇ ବାରମ୍ବାର ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ ! ମଇଁଷି ଚରାଇବାକୁ ଯାଇଥିଲା ଝିଅ , ୧ ସପ୍ତାହ ପରେ ମିଳିଥିଲା ବିଭତ୍ସ ଶବ

1,158

ଜାମ୍ମୁ-କାଶ୍ମୀରର କାଠ୍ରୁଆ ଜିଲ୍ଲାରେ ହୀରାନଗର ସବ୍ ଡିଭିଜନର ରସାନା ଗାଁରେ ଆଠ ବର୍ଷର ଝିଅ ସାଙ୍ଗରେ ହୋଇଥିବା ପାଶବିକତା ୨୦୧୮ ଜାନୁଆରୀ ୧୦ ତାରିଖରେ ହୋଇଥିଲା । ମଇଁଷି ଚରାଇବାକୁ ଯାଇଥିବା କୁନି ଝିଅର ପ୍ରଥମେ ଅପହରଣ ଏବଂ ଏହାର ସପ୍ତାହେ ପରେ ଅର୍ଥାତ୍ ଜାନୁଆରୀ ୧୭ ତାରିଖରେ କଠୁଆର ଏକ ସ୍ଥାନରୁ ପୀଡିତାର କ୍ଷତବିକ୍ଷତ ଶବ ମିଳିଥିଲା । ରିପୋର୍ଟ ଅନୁସାରେ , କୁନି ଝିଅଟି ସହ କଠୁଆ ଗ୍ରାମର ଏକ ଦେବସ୍ଥାନରେ ୪ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରାଗଲା । ଝିଅଟିକୁ ବାରମ୍ବାର ବେହୋସ୍ ଇଞ୍ଜେକସନ୍ ଦିଆଯାଇ ଦୁଷ୍କର୍ମ କରାଯାଉଥିଲା । ଝିଅଟିର ଶବ ମିଳିବା ପରେ ସଂପର୍କୀୟମାନେ ଦୁଇଘଣ୍ଟା ହାଇୱେ ବନ୍ଦ କରି ହୀରାନଗର ପୋଲିସ୍ ଉପରେ ଖାମଖିଆଲ ଭାବର ଅଭିଯୋଗ ଲଗାଇଥିଲେ । ଏହି ମାମଲାର ସମ୍ବେଦନଶୀଳତା ଦେଖି ପୋଲିସ୍ ସ୍ୱେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରି ଜାଞ୍ଚ୍ ଆରମ୍ଭ କରିଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏସପିଓ ଦିପକ୍ ଖକ୍ସୁରିୟାଙ୍କୁ ଲାଇନ୍ ହାଜିର କରିଦିଆଗଲା । ଜାନୁଆରୀ ୧୯ ତାରିଖରେ କଠୁଆ ପୋଲିସ୍ ଜଣେ ନାବାଳିକକୁ ଗିରଫ କରିଥିବା କଥା କହିଥିଲେ ।

ଏହି ମାମଲାକୁ ଉଗ୍ର ହେଉଥିବା ଦେଖି ଜାନୁଆରୀ ୨୪ ତାରିଖରେ ମାମଲା କ୍ରାଇମ୍ ବ୍ରାଞ୍ଚ୍ କୁ ଦିଆଗଲା । ସ୍ଥାନୀୟ ଲୋକ ହିନ୍ଦୁ ଏକତା ମଞ୍ଚ ଗଠନ କରି ସିବିଆଇ ଜାଞ୍ଚ୍ ର କଥା କହି ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଏପ୍ରିଲ୍ ୮ ତାରିଖରେ କ୍ରାଇମ୍ ବ୍ରାଞ୍ଚ୍ କୁ ଘଟଣା ହସ୍ତାନ୍ତର କରାଗଲା । ଅଭିଯୋଗ ସାଞ୍ଚୀ ରାମ୍ ,ଏସପିଓ ଦିପକ୍ ଖକ୍ସୁରିୟା , ସୁରେନ୍ଦ୍ର ବର୍ମା , ହେଡ୍ କନେଷ୍ଟବଳ ତିଲକ୍ ରାଜ୍ ପ୍ରବେଶ କୁମାର,ସବ୍ ଇନ୍ସପେକ୍ଟର ଆନନ୍ଦ ଦତ୍ତା ଏବଂ ବିଶାଳ ଜଗୋତ୍ରାଙ୍କ ଚାର୍ଜସିଟ୍ ଦାଖଲ ହୋଇଥିଲା । ମେ ୮ ତାରିଖରେ ମାମଲା କଠୁଆ କୋର୍ଟରୁ ପଠାନକୋଟ କୋର୍ଟକୁ ସିଫ୍ଟ କରାଯାଇଥିଲା ।