କଶ୍ମୀରରେ ଆତଙ୍କବାଦୀ ହମଲା ! ପଂଜଗାମରେ ସେନା କ୍ୟାମ୍ପକୁ ଟାର୍ଗେଟ, ୩ଯବାନ ସହିଦ, ୫ଗୁରୁତର

17

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର କୁପୱାଡାର ପଂଚଗାଓଁ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏବେ ବି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଗାତାର ଗୁଳିବିନିମୟ ଜାରି ରହିଛି ।  ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ଏନକାଉଂଟରରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଘାଟିରେ ବଢୁଥିବା ହିଂସା ଏବେ ଚିନ୍ତାର କାରଣ ହୋଇଛି । କିଛି ସମୟଘାଟିର ଏକ ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ପୋଲିସକର୍ମୀ ସହିଦ ହୋଇଥିଲେ । ଘାଟିରେ ସେନା ଓ ପୋଲିସ ଉପରେ ପଥରମାଡ ଭଳି ଘଟଣା ଘଟିଚାଲିଛି । କିଛି ସଙ୍ଗଠନ ଭଡାରେ ଯୁବକଙ୍କୁ ଆଣି ବିଶୃଙ୍ଖଳା ସୃଷ୍ଟି ପାଇଁ ପଥରମାଡ କରୁଛନ୍ତି । ପଥରମାଡ କରିବା ବଦଳରେ ସେମାନଙ୍କୁ ଟଙ୍କା ଓ ପୋଷାକ ମିଳୁଛି ।