କାଶ୍ମୀର କୂପୱାରାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ! ସେନା ଗୁଳିରେ ୪ ଆତଙ୍କବାଦୀ ନିହତ

28

କନକ ବ୍ୟୁରୋ : ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତ । ଜମ୍ମୁକାଶ୍ମୀର କୂପୱାରାରେ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଏନକାଉଂଟର । ଆଜି ସକାଳେ ନିୟନ୍ତ୍ରଣ ରେଖା ସେପଟୁ ଆତଙ୍କବାଦୀ ମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । କେରନ୍ ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀ ଗୁଳିମାଡ କରିଥିଲେ ।

ଏଥିରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀମାନେ ପାକିସ୍ତାନୀ ସେନା ପୋଷାକ ପିନ୍ଧିଥିଲେ । ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।