ଇତିହାସ ରଚିବ କରତାରପୁର କରିଡର । ନଭେମ୍ବର ୮ରେ ଉଦଘାଟନ କରିବେ, ସୁଲତାନପୁର ଲୋଧିରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି

783

କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୮ ତାରିଖରେ ବହୁ ପ୍ରତୀକ୍ଷିତ କରତାରପୁର କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଂଜାବର ଡେରା ବାବା ନାନକ ତୀର୍ଥସ୍ଥାନରୁ ପାକିସ୍ତାନର ଦରବାର ସାହେବ ଗୁରୁଦ୍ୱାରକୁ ଏହି କରିଡର ସଂଯୋଗ କରିବ । ଏନେଇ କେନ୍ଦ୍ରମନ୍ତ୍ରୀ ହରସିମରତ୍ ବାଦଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରତାରପୁର କରିଡର ଉଦଘାଟନ କରିବା ସହ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ।

ତେବେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ସୁଲତାନପୁର ଲୋଧିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପରେ ଗୃହମନ୍ତ୍ରୀ ଅମିତ ଶାହା ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ମଂଚ ଗସ୍ତ କରିବେ । ଏହାପରେ ନଭେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏସଜିପିସି ମଂଚ ଗସ୍ତ କରିବେ ବୋଲି ବାଦଲ କହିଛନ୍ତି । ଅନ୍ୟପକ୍ଷେ ପାକିସ୍ତାନ ଗତ ୧୦ ତାରିଖରେ କହିଥିଲା ଯେ, କରିଡର ଉଦଘାଟନ ପାଇଁ ଏଯାଏଁ କୌଣସି ତାରିଖ ଘୋଷଣା ହୋଇନାହିଁ ।