କନକ ବ୍ୟୁରୋ : କର୍ଣ୍ଣାଟକର ଅଯୋଗ୍ୟ ବିଧାୟକଙ୍କୁ ଟିକେଟ ଦେଲା ବିଜେପି । ବିଧିବଦ୍ଧ ଭାବେ ସେମାନେ ବିଜେପିରେ ମିଶିବା ଦିନ ହିଁ ଏହି ଘୋଷଣା ହୋଇଛି । ୧୬ ଜଣ ଅଯୋଗ୍ୟ ବିଧାୟକ ବିଜେପିରେ ମିଶିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଟିକେଟ ମିଳିଛି । ଆସନ୍ତା ଡିସେମ୍ବର ୫ ତାରିଖରେ କର୍ଣ୍ଣାଟକ ବିଧାନସଭାର ୧୫ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ସୁପ୍ରିମକୋର୍ଟ ଅଯୋଗ୍ୟ ବିଧାୟକଙ୍କ ଉପରେ ରାୟ ଶୁଣାଇ ସେମାନେ ନିର୍ବାଚନ ଲଢ଼ିପାରିବେ ବୋଲି କହିଥିଲେ ।
କର୍ଣ୍ଣାଟକ ସରକାରରେ ବିବାଦ ସମୟରେ କଂଗ୍ରେସର ୧୪ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ବିଧାନସଭା ବାଚସ୍ପତି ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାକୁ ଚ୍ୟାଲେଂଜ କରି ସମସ୍ତ ବିଧାୟକ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଦୀର୍ଘଦିନର ଡ୍ରାମା ପରେ କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀ ସରକାର ଭାଙ୍ଗିଯାଇଥିଲା । ବିଜେପିକୁ ଶାସନଭାର ସମ୍ଭାଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/bjp-1.jpg)