କନକ ବ୍ୟୁରୋ: କର୍ଣ୍ଣାଟକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ବାଚସ୍ପତି କଣ କରିବେ ସେ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବେ ନା ନାହିଁ ସେ ନେଇ ଖଣ୍ଡପୀଠ କୌଣସି ହସ୍ତକ୍ଷେପ କରିବେ ନାହିଁ । କୋର୍ଟ କେବଳ ଏହା ଦେଖିବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବାଚସ୍ପତି ପ୍ରଥମେ କେଉଁ ନିଷ୍ପତି ନେଇ ପାରିବେ ।
ସିଜେଆଇଙ୍କ ଟିପ୍ପଣୀ ପରେ ବିଦ୍ରୋହୀ ବିଧାୟକଙ୍କୁ ଝଟକା ଲାଗିଛି । ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ଓକିଲ ମୁକୁଲ ରୋହତଗି ପକ୍ଷ ରଖିଛନ୍ତି । ରୋହତଗି କହିଛନ୍ତି ବିଧାୟକ ଇସ୍ତଫା ଦେବାକୁ ଚାହିଁଲେ ବାଚସ୍ପତି ବଳପୂର୍ବକ ଇସ୍ତଫା ରୋକିପାରିବେ ନାହିଁ । ସେହିପରି ବାଚସ୍ପତି କେଆର ରମେଶ କୁମାରଙ୍କ ପକ୍ଷ ରଖିଛନ୍ତି ଓକିଲ ଅଭିଷେକ ମନସିଂଘଭି । ସିଂଘଭି କହିଛନ୍ତି ଇସ୍ତଫା ଦେଇଥିବା ବିଧାୟକମାନେ ଇସ୍ତଫା ଦେବା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ସେପଟେ ଗୁରୁବାର କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/JHATAKA.jpg)
/kanak/media/post_attachments/wp-content/uploads/2019/06/supreme-court-verdict-new-delhi-india_5adf697c-80e3-11e8-bd7f-aad8d1b78451-300x169.jpg)