ମୋଦିଙ୍କୁ ଜନ୍ମଦିନରେ ୨ ଟଙ୍କିଆ ଗିଫ୍ଟ ଭେଟି ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କଣ ଏହି ଗିଫ୍ଟ ?

27

ଦେଶରେ ପେଟ୍ରୋଲ-ଡିଜେଲ ଦର କମିବାର ନାଁ ନେଉନାହିଁ । ଆଉ ଏଥିରେ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ଏପରିକି ଗାଡିରେ ପେଟ୍ରୋଲ ପକାଇବାକୁ ସାଧାରଣ ଲୋକଙ୍କୁ ଅନେକ ଥର ଭାବିବାକୁ ପଡୁଛି । କିନ୍ତୁ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏକ ବଡ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । କର୍ଣ୍ଣାଟକରେ ପେଟ୍ରୋଲ-ଡିଜେଲ ଦର ୨ ଟଙ୍କା ଲେଖାଏଁ କମାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କର୍ଣ୍ଣାଟକ କଂଗ୍ରେସ ନେତା କହିଛନ୍ତି ଆମର ମିଳିତ ସରକାର ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର କମାଇବାକୁ ନିଷ୍ପତି ନେଇଛନ୍ତି । ଆଉ ଏହା ସରକାରଙ୍କ ପକ୍ଷରୁ ମୋଦିଙ୍କୁ ଜନ୍ମଦିନ ଭେଟି ବୋଲି ସେ କହିଛନ୍ତି । ଏହାଛଡା ଯଦି ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦର କମାଇ ପାରୁଛନ୍ତି ତେବେ କେନ୍ଦ୍ର ସରକାର କାହିଁକି କମାଇ ପାରିବେନି ବୋଲି ପ୍ରଶ୍ନ ଉଠାଇଛନ୍ତି ।

କର୍ଣ୍ଣାଟକ ପୂର୍ବରୁ ଅନ୍ୟ କିଛି ରାଜ୍ୟରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି । ପଶ୍ଚିମବଙ୍ଗର ମମତା ସରକାର ତୈଳ ଦର ଉପରେ ୧ ଟଙ୍କା, ଆନ୍ଧ୍ରପ୍ରଦେଶ ସରକାର ୨ ଟଙ୍କା ଓ ରାଜସ୍ଥାନର ବସୁନ୍ଧରା ରାଜେ ସରକାର ୪ ପ୍ରତିଶତ ଭାଟ୍ ହ୍ରାସ କରିଛନ୍ତି । ଅର୍ନ୍ତଜାତୀୟ ବଜାରରେ ବାରମ୍ବାର ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଥିବା କାରଣରୁ ଦେଶରେ ପେଟ୍ରୋଲ-ଡିଜେଲର ଦରରେ ବାରମ୍ବାର ବୃଦ୍ଧି ହେଉଛି ।